Hockey

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

(ରାଉରକେଲା): ଭାରତର ସର୍ବବୃହତ ହକି ଷ୍ଟାଡିୟମ ଓଡ଼ିଶାର ରାଉରକେଲାରେ ନିର୍ମାଣ ହେବ । ଏନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ଏହି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ରାଉରକେଲା ବିଜୁ ପଟ୍ଟନାୟକ ବୈ÷ଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମର ନିର୍ମାଣ ହେବ । ଷ୍ଟାଡିୟମରେ ଏକାଥରେ ୨୦ ହଜାର ଦର୍ଶକ ଖେଳ ଦେଖିପାରିବେ । ହକି ପ୍ରତିଭାଙ୍କ ପାୱାର ହାଉସ ହେଉଛି ସୁନ୍ଦରଗଡ ଜିଲ୍ଲା । ଏଠାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି । ଏଣୁ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ରାଉରକେଲା ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ପ୍ରତିଯୋଗିତା ହେବ ବୋଲି ଯୋଜନା ଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେଏହି ବିପିୟୁଟି ପରିସରରେ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ତିଆରି ହେବ । ଏହି ଠାରେ ଆଗାମୀ ହକି ବିଶ୍ୱକପର ଆୟୋଜନ ହେବ । ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଓ ରାଜ୍ୟ ସରକାଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲାରେ ହକି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।

Related posts

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନି

Odisha Sports Bureau

Leave a Comment