Cricket

୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇ

ନୂଆଦିଲ୍ଲୀ: ଚଳିତବର୍ଷ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ସାହାରା । ଚଳିତ ସିଜନରେ ବିଜୟ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଆଜି ଦୁଇଟି ମ୍ୟାଚ ପରେ ବିଜୟ ହାସଲ କରିଛି । ଆଜି ରାଜସ୍ଥାନ ବିପକ୍ଷ ମ୍ୟାଚରେ ୭ ୱିକେଟରେ ବିଜୟ ମୁକୁଟ ପିନ୍ଧିଛି ମୁମ୍ବାଇ । ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇକୁ ଦେଇଥିଲା ୧୭୧ ରନର ଲକ୍ଷ । ଯାହାକୁ ୯ ବଲ ବାକି ଥାଇ ହାସଲ କରି ନେଇଛି ମୁମ୍ବାଇ ପଲଟନ । ଏହି ବିଜୟର ହିରୋ ଥିଲେ ଓପନର କ୍ୱିଣ୍ଟନ ଡି କକ୍ । ମାତ୍ର ୫୦ଟି ବଲ ଖେଳି ୭୦ ରନର ଦ୍ରୁତ ପାଳି ଖେଳିଥିଲେ ଯେଉଁଥିରେ ସାମିଲ ଥିଲା ୬ ଚୈାକା ଏବଂ ୨ଟି ଛକା । ତେବେ ସହଯୋଗୀ ରୋହିତ ଶର୍ମା ପୁଣିଥରେ ବିଫଳ ହୋଇଥିଲେ । ମାତ୍ର ୧୪ ରନ କରି ପାଭିଲିୟନ ଫେରି ଯାଇଥିଲେ ଅଧିନାୟକ ରୋହିତ ଶର୍ମା । ତାଙ୍କ ପରେ ସୁର୍ଯ୍ୟକୁମର ଯାଦବ ମଧ୍ୟ ମାତ୍ର ୧୬ ରନ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲେ । ସୌପଟେ ଡିକକ୍ ଏକା ଲଢେଇ କରୁଥିଲେ ଏବଂ ତାଙ୍କ ସାଥ ଦେବାକୁ ମଇଦାନକୁ ଆସିଥିଲେ କ୍ରୁନାଲ ପାଣ୍ଡ୍ୟା । ଉଭୟଙ୍କ ୬୩ ରନର ଭାଗିଦାରୀ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା । ତେବେ ଖେଳକୁ ଶେଷ କରିଥିଲେ ଅଲରାଉଣ୍ଡର କାଏରନ ପୋଲାର୍ଡ । ୮ ଟି ବଲରୁ ୨ ଚୈାକା ଏବଂ୧ ଛକା ସହ ୧୬ ରନ ସଂଗ୍ରହ କରି ମ୍ୟାଚ ଜିତାଇଥିଲେ । ରାଜସ୍ଥାନ ପକ୍ଷରୁ କ୍ରିସ ମୋରିସଙ୍କ ବ୍ୟତୀତ ସମସ୍ତ ବୋଲର ଦଳ ପାଇଁ ନିରାଶା ସୃଷ୍ଟି କରିଥିଲେ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଭଲ ଷ୍ଟାର୍ଟ ମିଳିବା ସତ୍ତେ୍ୱ ମାତ୍ର ୧୭୧ ରନ କରିପାରିଥିଲା ରାଜସ୍ଥାନ । ୬୬ ରନର ଓପନିଂ ପାର୍ଟନରସିପରେ ବଟଲର ୪୧ ଏବଂ ଯୈଶ୍ୱାଲ ୩୨ ରନ କରିଥିଲେ ।

Related posts

ଦ୍ୱିତୀୟ ଟେଷ୍ଟ,ଟସ ଜିତି ଭାରତର ବ୍ୟାଟିଂ

Odisha Sports Bureau

କ୍ରିକେଟ ମ୍ୟାଚ ସମୟରେ ହେବନି ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ

ଟି-୨୦ ସିରିଜର ନେତୃତ୍ୱ ନେବେ ସ୍ମୃତି ମନ୍ଧାନା

Odisha Sports Bureau

Leave a Comment