Cricket

ସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସ

କଲମ୍ବୋ(ଓଡିଶା ସ୍ପୋର୍ଟସ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ ଭାରତୀୟ ଦଳ ଅଭ୍ୟାସ ମଧ୍ୟ ଆରମ୍ଭ ମଧ୍ୟ କରିଦେଇଛି । ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପରେ ପଡିଆରେ ପ୍ରାକ୍ଟିସ ଆରମ୍ଭ କରିଛି ମେନ ଇନ଼ ବ୍ଲୁ । ଦଳ ସହିତ ମୁଖ୍ୟ କୋଚ ଭାବେ ପୂର୍ବତନ ଖେଳାଳୀ ରାହୁଲ ଦ୍ରାବିଡ ରହିଥିବା ବେଳେ ଅଧିକାଂଶ ଯୁବ ଖେଳାଳୀଙ୍କୁ ଏଥିରେ ସୁଯୋଗ ଦିଆଯାଇଛି । ତେବେ ଦଳ ଗତ ସୋମବାର ଦିନ ଏଠାରେ ପହଞ୍ଚିବା ପରେ ତିନି ଦିନ ହୋଟେଲରେ ସଂଗରୋଧରେ ରହିଥିଲା । ଏହାପରେ ଶୁକ୍ରବାର ଠାରୁ ଇଣ୍ଡିଆନ ଟିମ ପଡିଆରେ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ତେବେ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ଟି-ଟ୍ୱେଣ୍ଟି ସିରିଜ ।
ବିରାଟ କାହଲୀ, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଏବଂ ମହମ୍ମଦ ସାମୀଙ୍କ ଭଳି ବରିଷ୍ଠ ଖେଳାଳୀ ବ୍ରିଟେନରେ ଥିବାରୁ ଦ୍ୱିତୀୟ ଧାଡିର ଖେଳାଳୀମାନଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇଛି । ଶିଖର ଧଓ୍ପନ, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳ ବେଶୀ ନିର୍ଭର କରିବ । ତେବେ ନୂଆ ଖେଳାଳୀ ଭାବରେ ଋତୁରାଜ ଗାଏକ୍ୱାଡ, କୃଷ୍ଣପ୍ପା ଗୌତମ, ନିତିଶ ରାଣା, ଇଶାନ କିଶାନ, ଦେବଦତ୍ତ ପାଡିକଲ, ବରୁଣ ଚକ୍ରବର୍ତ୍ତୀ, ଚେତନ ସକାରିୟାଙ୍କ ଭଳି ନାମ ରହିଛି । ସେହିପରି ବିଶ୍ୱକପକୁ ନଜରରେ ରଖି ଏହି ସିରିଜ ପୃଥ୍ୱୀ ଶ’ , ସଞ୍ଜୁ ସାମସନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

Related posts

୨୨୦ ନ୍ୟୁଜିଲାଣ୍ଡ ପାଇଁ ବିଜୟର ଲକ୍ଷ୍ୟ

Odisha Sports Bureau

ହାଇଦ୍ରାବାଦରେ ଲାରା ଓ ଷ୍ଟେନ

Odisha Sports Bureau

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍