More Sports

ଖେଳ ରତ୍ନ ପୁରସ୍କାର ପାଇଁ ଦୁଇ କ୍ରିକେଟରଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ୨୦୨୧ ବର୍ଷ ପାଇଁ ଆରମ୍ଭ ହୋଇଛି କ୍ରୀଡା ପୁରସ୍କାର ପ୍ରକ୍ରିୟା । କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡା ଜଗତର ସର୍ବେଚ୍ଚ ସମ୍ମାନ ‘ଖେଳ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପାଇଁ ମଧ୍ୟ ବିସିସିଆଇ ଦୁଇ ଜଣ ଭାରତୀୟ କ୍ରିମେଟ କିମ୍ବଦନ୍ତୀଙ୍କ ନାମ ସୁପାରିଶ କରିଛି । ଏହି ଦୁଇ କ୍ରିକେଟରଙ୍କ ନାମ ରାଜୀବ ଗାନ୍ଧୀ ‘ଖେଳ ରତ୍ନ’ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ ।
ଏମାନଙ୍କ ମଧ୍ୟରୁ ପ୍ରଥମ ନାମ ହେଉଛି ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିଥାଲି ରାଜ । ଦ୍ୱିତୀୟରେ ପୁରୁଷ ଟିମର ଭେଟେରାନ ଖେଳାଳୀ ତଥା ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ରହିଛି । ଏଥି ସହିତ ଅର୍ଜୁନ ପୁରସ୍କାର ପାଇଁ ଓପନର ଶିଖର ଧୱନ , ଲୋକେଶ ରାହୁଲ ଏବଂ ଯଶପ୍ରୀତ ବୁମରାହଙ୍କ ନାମ ସାମିଲ କରିଛି ବିସିସିଆଇ । ସେହିପରି ଓଡିଶା ସରକାରଙ୍କ ପକ୍ଷରୁ ଧାବିକା ଦୂତି ଚାନ୍ଦଙ୍କ ନାମ ସୁପାରିଶ କରିଥିବା ବେଳେ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଖେଳ ରତ୍ନ ପୁରସ୍କାର ପାଇଁ ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କ ନାମ ସୁପାରିଶ ହୋଇଛି । ଚଳିତ ବର୍ଷ ନୀରଜଙ୍କ ନାମ ଚତୁର୍ଥ ଥର ପାଇଁ ସୁପାରିଶ କରାଯାଇଛି । ସେହିପରି ସର୍ବୋତ୍ତମ ଟେବୁଲ ଟେନିସ ଖେଳାଳୀ ଶରତ କୁମାରଙ୍କ ନାମ ମଧ୍ୟ ସୁପାରିଶ କରିଛି ଟିଟିଏଫଆଇ । ୨୦୧୯ରେ ସେ ପଦ୍ମଶ୍ରୀ ପାଇବାରେ ପ୍ରଥମ ଭାରତୀୟ ପ୍ୟାଡଲର ହୋଇପାରିଥିଲେ । ଏଏଫଏଫର ସଫଳ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନାମ ମଧ୍ୟ ସାମିଲ ହୋଇଛି ରାଜୀବ ଗାନ୍ଧୀ ଖେଳ ରଦ୍ନ ପୁରସ୍କାର ପାଇଁ ।

Related posts

ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ

Odisha Sports Bureau

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

Odisha Sports Bureau

ପ୍ରୋ କବାଡ୍ଡୀ: ତାମିଲ ଥଲାଇବାଜକୁ ହରାଇଲା  ୟୁପି ଯେଦ୍ଧା

Odisha Sports Bureau