Cricket

ଏଣିକି ଷ୍ଟାଡିୟମରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀ

ନୂଅ।।ଦିଲ୍ଳୀ(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରେମୀ ଏବଂ ଫ୍ୟାନ୍ସମାନଙ୍କ ପାଇଁ ଆସିଲା ଖୁସି ଖବର । ଖୁବ ଶୀଘ୍ର ଷ୍ଟାଡିୟମରେ ବସି କ୍ରିକେଟର ମଜା ନେଇ ପାରିବେ ଦର୍ଶକ । ପୁଣି ଖଚାଖଚ ଦର୍ଶକମାନଙ୍କୁ ନେଇ ଭରିଯିବ ପଡିଆର ଚତୁଃପାଶ୍ୱର୍, ଶୁଭିବ କ୍ରିକେଟପ୍ରେମୀଙ୍କ କୋଳାହଳ । କାରଣ ଆସନ୍ତା ମାସରୁ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବା ଉପରୁ ଉଠିବ କଟକଣା । ଅର୍ଥାତ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ କରି ପାରିବେ ଦର୍ଶକ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି । ଏ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଘୋଷଣା କରିଛନ୍ତି । ତେବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ମଧ୍ୟ କିଛି ଲୋକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବାକୁ ଅନୁମତି ମିଳିଥିଲା ।

Related posts

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

Odisha Sports Bureau

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

Odisha Sports Bureau