Cricket

ଗୋଟିଏ ଦିନରେ ୩ ମହାମୁକାବିଲା

(ଓଡିଶାସ୍ପୋର୍ଟ) : ସଣ୍ଡେରେ ୩ ଟି ଖେଳର ଫାଇନାଲ ମ୍ୟାଚ , କୁଆଡ଼େ ଯିବେ କ୍ରୀଡ଼ାପ୍ରେମୀ ଇଂଲଣ୍ଡରେ ଗୋଟିଏ ଦିନରେ ୩ ଟି ଖେଳର ଫାଇନାଲ । ତେଣୁ କରି କ୍ରୀଡ଼ା ପ୍ରେମୀ ମାନେ କୁଆଡ଼େ ଯିବେ ସେ ନେଇ ଅଡ଼ୁଆରେ । ଫାଇନାଲ ମ୍ୟାଚ ଦେଖିବାର ମଜା କିଛି ଅଲଗା । ତେଣୁ କରି ଦର୍ଶକ କଣ କରିବେ ସେ ଏବେ ଚିନ୍ତାରେ । ସେ ପୁଣି ରବିବାରରେ ବା ଛୁଟି ଦିନରେ । ଏହାକୁ ନେଇ ଇଂଲଣ୍ଡରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଯେଉଁଠି ବିଶ୍ୱକପ୍ ଆୟୋଜକ ଦଳ ଇଂଲଣ୍ଡ ୨୭ ବର୍ଷ ପରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ସେଭଳି ଅନ୍ୟପଟେ ୱିମ୍ବିଲଡନରେ ଏହି ୱିକେଣ୍ଡରେ ଦୁଇଟି ବଡ଼ ଖେଳାଳି ରୋଜର ଫେଡ଼ରର ଓ ନୋୱାଭ ଜୋକେୱିଚ ସାମନା ସାମନି ହେବାକୁ ଯାଉଛନ୍ତି । ସେଭଳି ୫ ଥର ବିଶ୍ୱ ଚମ୍ପିଆନ ଲୁଇସ ହେମିଲଟନଙ୍କ ନଜର ଏବେ ରେକର୍ଡ଼ ୬ଷ୍ଠ ବ୍ରିଟିିସ୍ ଗ୍ରାଣ୍ଡ ପ୍ରିକ୍ସ ଉପରେ ରହିଛି । କେବଳ ସେତିକି ନୁହେଁ ଦର୍ଶକମାନେ ମଧ୍ୟ ଏକ ପ୍ରଚାର ଅସମଞ୍ଜଓ ପରିସ୍ଥିତିରେ ପଡ଼ିଯାଇଛନ୍ତି । କେଉଁ ଇଭେଣ୍ଟରେ ଯୋଗ ଦେବେ ଓ କେଉଁଠିକୁ ଯିନେନି ତାର ନିଷ୍ପତ୍ତି ନେବା ଖୁବ୍ କଷ୍ଟକର ।

ଗୋଟିଏ ଦିନରେ ଏହି ୩ ଟି ବଡ ଇଭେଣ୍ଟ ରହିବା ନେଇ ଲୁଇସ ହାମିଲଟନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆୟୋଜକମାନେ ସେହି ଦିନ ରେସ୍ ରଖିଛନ୍ତି ଯେଉଁ ଦିନ ଅନ୍ୟ ଦୁଇଟି ମେଗା ଇଭେଣ୍ଟ ରହିଛି। ଏହା ଏକ ଖାସ୍ ଓ୍ବିକେଣ୍ଡ, ଯାହା ଉପରେ ସାରା ଦେଶର ଧ୍ୟାନ ରହିବା ଜରୁରୀ। ଲୋକମାନେ ରବିବାର କେବଳ ନିଜର ଚ୍ୟାନେଲ ବଦଳାଇବାରେ ରହିବେ, ସେମାନେ ନିଜେ ବି ଠିକରେ ଜାଣିପାରିବେନି କ’ଣ ଦେଖୁଛନ୍ତି? କ୍ରିକେଟ ଦୁନିଆ କଥା ଯଦି କହିବା ତେବେ ଇଂଲଣ୍ଡର ନଜର ଏହି ସବୁ ଇଭେଣ୍ଟ ସହିତ ବିଶେଷ ଭାବରେ ବିଶ୍ବକପ ଉପରେ ରହିବ। କ୍ରିକେଟର ମକ୍କା କୁହାଯାଉଥିବା କ୍ରିକେଟ ଗ୍ରାଉଣ୍ଡ ଲର୍ଡସରେ ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଯାଉଛି।

Related posts

ଧୋନୀଙ୍କ ମିଶନ କାଶ୍ମୀର ଯାତ୍ରା ଆରମ୍ଭ

ବିରାଟ ଅନୁଷ୍କାଙ୍କ ଲଞ୍ଚଡେଟ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau