Cricket

ସିରିଜରୁ ଓହରିଲେ ବ୍ରଡ

ଲର୍ଡ୍ସ: ଭାରତ–ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ଧୋଇଗଲା ପରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଉଭୟ ଦଳ ଆଜି ସିରିଜର ପ୍ରଥମ ବିଜୟ ପାଇଁ ଲଢେଇ ଆରମ୍ଭ କରିବେ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦ୍ରୁତ ତଥା ଅଭିଜ୍ଞ ବୋଲର ଷ୍ଟ୍ରୁଆଟ ବ୍ରଡ ଗଭୀର ଭାବରେ ଆଘାତ ହୋଇଛନ୍ତି । ତେଣୁ ଏହି ସିରଜରୁ ସେ ଓହରି ଯାଇଥିବା ଜଣାପଡିଛି । ଦ୍ୱିତୀୟ ଟେଷ୍ଟ ପାଇଁ ଟ୍ରେନିଂ ସମୟରେ ବ୍ରଡଙ୍କ ଗୋଡରେ ଆଘାତ ଲାଗିଥିଲା । ବ୍ରଡଙ୍କର ଡାହାର ଗୋଡ ପିଣ୍ଡୁଳାରେ ଆଘାତ ଲାଗିଥିବା ସ୍ପଷ୍ଟ କରିଛି ଇସିସି । ଯାହା ଫଳରେ ସେ ସମଗ୍ର ସିରିଜରୁ ବାଦ ପଡିଛନ୍ତିି । ତେବେ ସାକିବ ମହସୁଦଙ୍କୁ ଦଳରେ ବ୍ରଡଭ୍କ ବିକଳ୍ପ ଖେଳାଳୀ ଭାବେ ଦଳରେ ସ୍ଥାନ ମିଳିଛି ।

ସେପଟେ ଇଂଲଣ୍ଡ ଦଳର ପ୍ରମୁଖ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ଆଶଙ୍କା ଲାଗି ରହିଛି । ଫିଟନେସ ସମସ୍ୟା ଦେଇ ଗତି କରୁଥିବା ଆଣ୍ଡରସନ ବୁଧବାର ଅଭ୍ୟାସ ସେସନରେ ଯୋଗ ଦେଇ ପାରିନଥିଲେ । ଏହି ସମୟରେ ଅନ୍ୟତମ ପ୍ରମୁଖ ଖେଳାଳୀ ବେନ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳୀମାନଙ୍କ ଅନୁପସ୍ଥିତି ଅନୁଭବ କରୁଛି ଇଂଲଣ୍ଡ ଦଳ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଆଜି ଇଂଲଣ୍ଡ ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବ୍ରଡ ଏବଂ ଆଣ୍ଡରସନଙ୍କ ବିନା ପଡିଆକୁ ଓହ୍ଲାଇପାରେ ।
ଭାରତ-ଇଂଲଣ୍ଡ ବିପକ୍ଷ ଏହି ସିରିଜ ଚୟନ ସମୟରୁ ହିଁ ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ଆହତ ସମସ୍ୟା । ବ୍ରଡଙ୍କ ପୂର୍ବରୁ ଭାରତୀୟ ଦଳର ଶାର୍ଦ୍ଦୁଳ ଠାକୁର ମଧ୍ୟ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ । ପୂର୍ବରୁ ଶୁଭମନ ଗିଲ, ଅଭେଶ ଖାନ ଏବଂ ମୟଙ୍କ ଅଗ୍ରୱାଲ ଆହତ ହୋଇଥିଲେ ।

Related posts

ଲୋକେ କିଛି ବି କୁହନ୍ତୁ ମୋତେ ଫରକ୍ ପଡେନାହିଁ: ଶିଖର ଧାୱନ

Odisha Sports Bureau

ଶ୍ରୀଲଙ୍କା ଖେଳାଳିଙ୍କ ନିଷ୍ପତ୍ତିରେ ଚିନ୍ତିତ ମୋହସିନ ନକଭି, PCB ODI ସିରିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କଲା

Odisha Sports Bureau

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau