Hockey

ଚମକୁଛି ନୀରଜଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର ଅପେକ୍ଷାରେ ସେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ । ତେବେ ଏଭଳି ଏକ ମହାନ ସଫଳତା ଭାରତ ମାକୁ ଙେଟି ଦେବା ପରେ ଏବେ ସେ ନିଜ ପାଇଁ ଏକ ସଫଳତା ହାସଲ କରିଛନ୍ତି । ବିଶ୍ୱ ଜାଭଲିନ ଥ୍ରୋ ରାଙ୍କିଙ୍ଗରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୧୦୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ନିଜ ସ୍ଥାନ ପକ୍କା କରିଛନ୍ତି ନୀରଜ । ତେବେ ଜର୍ମାନୀର ଜୋହାନେସ ଭିଟର ୧୦୯୬ ପଏଣ୍ଟ ଦ୍ୱାରା ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ତୃତୀୟରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ ଏବଂ ଚତୁର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ ଓ ଜୁଲିଆନ ୱେବର ରହିଛନ୍ତି । ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି।


ଭାରତ ପାଇଁ ନୀରଜ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଜାକୁବ ରୋପ୍ୟ ଏବଂ ଭି ଭେସଲେ ବୋଞ୍ଜ ପଦକ ନିଜ ନାମରେ କରିଛନ୍ତି । ନୀରଜଙ୍କ ସ୍ୱର୍ଣ୍ଣ ସହ ଭାରତ ଚଳିତବର୍ଷ ମୋଟ ୭ଟି ପଦକରେ ଅକ୍ତିଆର କରିଛି ଯାହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ।

Related posts

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

Odisha Sports Bureau

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau

କିଙ୍ଗ ଖାନ ଶାହାରୁଖଙ୍କୁ ଥ୍ୟାଙ୍କ ୟୁ ମ୍ୟାସେଜ ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau