ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର ଅପେକ୍ଷାରେ ସେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ । ତେବେ ଏଭଳି ଏକ ମହାନ ସଫଳତା ଭାରତ ମାକୁ ଙେଟି ଦେବା ପରେ ଏବେ ସେ ନିଜ ପାଇଁ ଏକ ସଫଳତା ହାସଲ କରିଛନ୍ତି । ବିଶ୍ୱ ଜାଭଲିନ ଥ୍ରୋ ରାଙ୍କିଙ୍ଗରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୧୦୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ନିଜ ସ୍ଥାନ ପକ୍କା କରିଛନ୍ତି ନୀରଜ । ତେବେ ଜର୍ମାନୀର ଜୋହାନେସ ଭିଟର ୧୦୯୬ ପଏଣ୍ଟ ଦ୍ୱାରା ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ତୃତୀୟରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ ଏବଂ ଚତୁର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ ଓ ଜୁଲିଆନ ୱେବର ରହିଛନ୍ତି । ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଭାରତ ପାଇଁ ନୀରଜ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଜାକୁବ ରୋପ୍ୟ ଏବଂ ଭି ଭେସଲେ ବୋଞ୍ଜ ପଦକ ନିଜ ନାମରେ କରିଛନ୍ତି । ନୀରଜଙ୍କ ସ୍ୱର୍ଣ୍ଣ ସହ ଭାରତ ଚଳିତବର୍ଷ ମୋଟ ୭ଟି ପଦକରେ ଅକ୍ତିଆର କରିଛି ଯାହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ।