More Sports

ଫାଇନାଲରେ ଭାବିନାଙ୍କ ଏଣ୍ଟ୍ରି

ଜାପାନ: ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ଭାରତର ମହିଳା ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ଟେବୁଲ ଟେନିସ ଇଭେଣ୍ଟର ଫାଇନାଲରେ ପହଞ୍ଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଆହୁରି ବଢାଇଛନ୍ତି । ସେମିଫାଇନାଲରେ ପହଞ୍ଚିବା ପରେ କେବଳ ପଦକର ଆଶା ରହିଥିଲା । କିନ୍ତୁ ଫାଇନାଲରେ ପହଞ୍ଚିବା ପରେ ସ୍ୱର୍ଣ୍ଣର୍ ପଦକ ହାସଲ କରିବେ ବୋଲି ଆଶା ରହିଛି । ମହିଳା ଏକକ କ୍ଲାସ-୪ ବର୍ଗର ସେମି ଫାଇନାଲରେ ଚୀନର ଝାଙ୍ଗ ମିୟାଓଙ୍କୁ ହରାଇ ଫାଇନାଲୁ ଟିକେଟ ହାସଲ କରିଛନ୍ତି । ଫାଇନାଲ ପାଇଁ ଚୀନ ଖେଳାଳୀଙ୍କୁ ସେ ୭-୧୧,୧୧-୭, ୧୧-୪, ୯-୧୧, ୧୧-୮ ରେ ପଛରେ ପକାଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ଆସ୍ତା ୨୯ ତାରିଖରେ ସେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଫାଇନାଲ ମ୍ୟାଚ ଖେଳିବେ ।

Related posts

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାଣ୍ଡ୍ୟା

Odisha Sports Bureau

୧୧ଦିନରେ ୩ଟି ସ୍ୱର୍ଣ୍ଣ ଜିତିଲେ ହିମା ଦାସ