Cricket

ଶେଷ ଦିନରେ ଓଭାଲ ଟେଷ୍ଟ

ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ ଡ୍ର ହେବାର ଆଶା ମଧ୍ୟ ରହିଛି । ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତର ଅନେକ ଖେଳାଳୀ ଲୟକୁ ଫେରିଥବା ନଜର ଆସିଛି । ଅଧିନାୟକ ବିରାଟ କୋହଲୀଙ୍କ ସମେତ ଚେତେଶ୍ୱର ପୂଜାରା ଏବଂ ରିଷଭ ପନ୍ତ ଦଳ ପାଇଁ କିଛି ଭାଗିଦାରୀ କରିଥିଲେ । ତେବେ ଉପ ଅଧିନାୟକ ଅଜିଙ୍କ୍ୟା ରାହାଣେ ଏବଂ ରବିନ୍ଦ୍ର ଜାଡେଜା ପୁଣି ଥରେ ନିରାଶ କରିଛନ୍ତି । କିନ୍ତୁ ଭାରତକୁ ମିଳିଛି ଜଣେ ଦମଦାର ଅଲରାଉଣ୍ଡର । ଶାର୍ଦ୍ଦୁଳ ଠାକୁରଙ୍କ ଜଲୱା ଦ୍ୱିତୀୟ ଇନିଂସରେ ମଧ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ଆଉ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଶାର୍ଦ୍ଦୁଳ । ଯାହା ଫଳରେ ଭାରତ ୪୬୬ ରନ କରିବା ସହ ଇଂଲଣ୍ଡକୁ ୩୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ।
ମ୍ୟାଚର ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୨୯୧ ରନର ଆବଶ୍ୟକତା ରହିଥିବା ବେଳେ ହାତରେ ସମସ୍ତ ୱିକେଟ ମହଜୁଦ ରହିଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରିଛି । ଦ୍ୱିତୀୟ ଇନିଂସର ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲା । ୪୬ ରନରେ ଲୋକେଶ ରାହୁଲ ଆଉଟ ହେବା ପରେ ପୂଜାରା ଏବଂ ରୋହିତ ଦଳର ସ୍ଥିତି ସୁଧାରିଥିଲେ । ରୋହିତଙ୍କ ୧୨୭ ଏବଂ ପୂଜାରାଙ୍କ ୬୧ ରନ ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା । ପରେ ବିରାଯ କୋହଲୀ ୪୪ ରନ କରି ଆଉଟ ହେବାପରେ ରିଷଭ ପନ୍ତ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ଶତକୀୟ ଭାଗିଦାରୀ ସହ ବୁମରାହ ଏବଂ ଉମେଶ ଯାଦବ ମଧ୍ୟ ୨୫ ରନ ଲେଖାଏଁ ଭାରତର ସ୍କୋରବୋର୍ଡରେ ଯୋଡିଥିଲେ ।
ଏହାପରେ ୩୬୮ ରନ ବିଜୟ ଲକ୍ଷ୍ୟର ପିଛା କରି ଦୁଇ ଓପନର ରରି ବର୍ଣ୍ଣ୍ସ ଏବଂ ହାସିମ ଅହମ୍ମଦ ଦଳ ପାଇଁ ସୁନ୍ଦର ଆରମ୍ଭ କରିଛନ୍ତି । ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳ ୭୭ ରନ କରିି କୌଣସି ୱିକେଟ ହରାଇ ନଥିଲା । ତେବେ ଶେଷ ଦିନରେ ଇଂଲଣ୍ଡକୁ ୨୯୧ ରନ ଆବଶ୍ୟକ ଥିବା ବେଳେ ଭାରତକୁ ୧୦ଟି ୱିକେଟର ଆବଶ୍ୟକତା ରହିଛି । ତେଣୁ ଏହି ମ୍ୟାଚ ଏବେ ଯେକୌଣସି ସ୍ଥିତିରେ ଶେଷ ହୋଇପାରେ ।

Related posts

ଇଶାନ କିଶନଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତର ୨୭୨ ରନ୍‌ର ବିଶାଳ ଲକ୍ଷ୍ୟ

Odisha Sports Bureau

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

Odisha Sports Bureau

ଇସଲାମାବାଦ ବିସ୍ଫୋରଣ ପରେ PCB ନେଲା ବଡ଼ କାର୍ଯ୍ୟାନୁଷ୍ଠାନ, ଶ୍ରୀଲଙ୍କା ଦଳର ସୁରକ୍ଷା ବୃଦ୍ଧି

Odisha Sports Bureau