Cricket

ଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟ

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପଞ୍ଚମ ସ୍ଥାନରୁ ଉଠି ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତିି । ତେବେ ବାଂଲାଦେଶ ବିପକ୍ଷରେ ଖରାପ ପ୍ରଦର୍ଶନ ଯୋଗୁଁ ପଞ୍ଚମ ସ୍ଥାନକୁ ଖସିଛନ୍ତି ଡେଭିଡ କନୱେ । ବିରାଟ କୋହଲୀଙ୍କ ବ୍ୟତୀତ ଟପ-୧୦ରେ ଅନ୍ୟତମ ଭାରତୀୟ ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ଓପନର ଲୋକେଶ ରାହୁଲ । କନୱେଙ୍କ ପରେ ଷଷ୍ଠ ସ୍ଥାନରେ ରାହୁଲ ରହିଛନ୍ତି ।
ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ ଡାଭିଡ ମଲାନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ତୃତୀୟ ସ୍ଥାରେ ଅଛନ୍ତି । ସମସ୍ତ ଖେଳାଳୀଙ୍କ ମଧ୍ୟରେ ଫାଇଦା ବେଶୀ ମିଳିଛି ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ । ଏକାଥରକେ ୪ଟି ପାହାଚ ଉପରକୁ ଲମ୍ଫ ଦେଇ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ଡିକକ୍ ।
ସେହିପରି ବୋଲର ରାଙ୍କିଙ୍ଗରେ ବାଂଲାଦେଶର ନସୁମ ଅହମ୍ମଦଙ୍କୁ ଏକ ବଡ ସଫଳତା ମିଳିଛି । ଏକାଥରକେ ୨୫ଟି ସ୍ଥାନ ଉପରକୁ ଉଠିଛନ୍ତି ନସୁମ । ଏହି ସଫଳତା ସହିତ ସେ ୧୫ଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ତାଙ୍କ ସହିତ ସାଥୀ ଖେଳାଳୀ ମୁସ୍ତାଫିଜୁର ରହମାନ ଦୁଇଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଶୀର୍ଷରେ ୭୭୫ ରେଟିଂ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ତବରେଜ ଶାମସୀ ରହିଛନ୍ତି । ଦ୍ୱିତୀୟରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ ଆଫଗାନିସ୍ତାନର ଷ୍ଟାର ସ୍ପିନର ରାସିଦ ଖାନ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ଇଂଲଣ୍ଡର ଆଦିଲ ରାଶିଦ ଚତୁର୍ଥ ଏବଂ ଆଫଗାନିସ୍ତାନର ମୁଜୀବ-ଉର-ରହମାନ ପଞ୍ଚମ ସ୍ଥାନରେ ଥିବା ବେଳେ କୌଣସି ଭାରତୀୟ ଖେଳାଳୀ ଟପ-୧୦ରେ ସ୍ଥାନ ପାଇ ପାରିନାହାନ୍ତି ।

Related posts

ସିଡ଼ନୀରେ ନବବର୍ଷ ପାଳନ କଲେ ବିରୁଷ୍କା

Odisha Sports Bureau

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ଯୋଗ ଦେବେ ମୟଙ୍କ ଅଗ୍ରୱାଲ

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau