Cricket

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

କଟକ: ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଇଣ୍ଟନେସନାଲ କ୍ରିକେଟର ଧମାକା । ଦୁଇ ବର୍ଷର ବ୍ୟବଧାନ ପରେ ଏହି ଭେନ୍ୟୁରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ସଂଯୋଗ ବଶତଃ ଯେଉଁ ଦୁଇ ଦଳ ବିପକ୍ଷରେ ଶେଷ ମ୍ୟାଚ ଖେଳାଯାଇଥିଲା ସେହି ଦୁଇ ଦଳଙ୍କ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତେବେ ସେହି ମ୍ୟାଚ ଦିନିକିଆ ହୋଇଥିବା ବେଳେ ଆସନ୍ତା ମ୍ୟାଚ ଟି-ଟ୍ୱେଣ୍ଟି ବୋଲି ସ୍ଥିର କରାଯାଇଛି । ଆସନ୍ତା ଫେବୃୟାରୀ ମାସ ୧୫ ତାରିଖରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାର ସୂଚୀ ରହିଛି । ଦୁବାଇରେ ହେବାକୁ ଥିବା ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ନେଇ ଚୁଡାନ୍ତ ମୋହର ବାଜିପାରେ ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧-୨୨ ଘରୋଇ କ୍ରିକେଟ ଋତୁ ପାଇଁ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି ବିସିସିଆଇ । ଏହିସିଜନରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏଥିପାଇଁ ବିସିସିଆଇ ସମ୍ପୂର୍ଣ୍ଣ ଖେଳସୂଚୀ ପ୍ରସ୍ତୁତ କରିି ଏହି ପ୍ରତିଯୋଗୀ ଦଳମାନଙ୍କୁ ଅନୁମୋଦନ ପାଇଁ ପଠାଇଛି । ସମସ୍ତ ବୋର୍ଡ ଏହାକୁ ଅନୁମୋଦନ କଲେ ବିସିସିଆଇ ଏହାକୁ ଘୋଷଣା କରିବ । ଏବଂ ଏହାଦ୍ୱାରା ବାରବାଟୀରେ ଦର୍ଶକ ପୁଣି ଏକ ମ୍ୟାଚର ମଜା ନେଇ ପାରିବେ ବୋଲି କୁହାଯାଉଛି ।

Related posts

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau