Cricket

IPL ସହ ଫେରିଲା କୋରୋନା; ଜଣେ ପଜିଟିଭ

ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କୋରୋନା ମହାମାରୀ । ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋରୋନାର ଭୟ ଦେଖା ଦେଇଛି । ପୂର୍ବରୁ ମେ ମାସରେ କୋରେନା ମହାମାରୀ ଯୋଗୁଁ ସିଜନ ଅଧାରୁ ସ୍ଥଗିତ ରହିଥିଲା ଆଇପିଏଲ୨୦୨୧ ।

IPL 2021: T Natarajan tests COVID-19 positive, FIND OUT if DC vs SRH will take place | Cricket News | Zee News
ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥାନ୍ତେ ଦିଲ୍ଳୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ୟୁଏଇରୁ ଆସିଛି ଏକ ଦୁଃଖଦ ଖବର । ଏହା ମ୍ୟାଚକୁ ନେଇ ଆଶଙ୍କା ସୃଷ୍ଟି କରିଛି । ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦଳର ବାମହାତୀ ଯୁବ ପେସ ବୋଲର ଟି. ନଟରାଜନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହାପରେ ନଟରାଜନଙ୍କ ସମେତ ଦଳର ମୋଟ ୬ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଏହାପରେ ଆଜିର ମ୍ୟାଚ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଟି ନଟରାଜନଙ୍କଠାରେ କୌଣସି ଲକ୍ଷଣ ନଜର ଆସିନାହିଁ। ଡାକ୍ତରୀଦଳଙ୍କ ପରାମର୍ଶକ୍ରମେ ଟି ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଛଅ ଖେଳାଳି ଓ ସଦସ୍ୟ ନିଜକୁ ଆଇସୋଲେଟ୍ କରିଛନ୍ତି। ଏଥିରେ ବିଜୟ ଶଙ୍କର, ଟିମ ମ୍ୟାନେଜର ବିଜୟ କୁମାର, ଫିଜିଓ ଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ବନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାସାମୀ ଗଣେଶନଙ୍କ ନାମ ସାମିଲ।

Related posts

ଭାରତ ଜିତିଲେ ଉଲଗ୍ନ ହେବି : ରେଖା ବୋଜ

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚରେ ବାଧା ସାଜିପାରେ ବର୍ଷା

Odisha Sports Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

Odisha Sports Bureau