Cricket

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି ସିରିଜରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଜଣେ ଟି-୨୦ ସିରିଜରୁ ଓହରି ଯାଇଥିବା ସୂଚନା ମିଳିଛି । ଟେଷ୍ଟ ସିରିଜ ପାଇଁ କାଏଲ ଜାମିଶନ ମଧ୍ୟ ଭାରତ ବିପକ୍ଷ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ସେମାନେ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ କରିବେ । ଏଥି ସହିତ ସେ କହିଛନ୍ତି ଯେ, ଟେଷ୍ଟ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳି ଟି-୨୦ରେ ଭାଗ ନେଉନାହାନ୍ତି ।
ପାଞ୍ଚ ଦିନରେ ତିନିଟି ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବା ଏବଂ ତିନୋଟି ଭିନ୍ନ ସହରକୁ ଯାତ୍ରା କରିବା ସହିତ ଏକ ସନ୍ତୁଳନ ରକ୍ଷା କରିବାର ଅଛି । ଏହା ବହୁତ ବ୍ୟସ୍ତ କାର୍ୟ୍ୟସୂଚୀ । ଜାମିସନଙ୍କ ପୂର୍ବରୁ ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ଟି-୨୦ ସିରିଜରୁ ଓହରି ଯାଇଛନ୍ତି । ସେ କହିଛନ୍ତି ଯେ, ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ଏହି ସିରିଜରୁ ବାହାର ଯିବାକୁ ନିଷ୍ପତ୍ତି ନେଇଛନ୍ତି।

Related posts

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

Odisha Sports Bureau

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ

Odisha Sports Bureau

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau