Cricket

ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟର

କାନପୁର: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଦ୍ୱାରା ଟେଷ୍ଟ ଜଗତରେ ପଦାର୍ପଣ କରିଛନ୍ତି ଭାରତର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର । ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲୀଙ୍କ ସ୍ଥାନରେ ସେ ଏଣ୍ଟ୍ରି କରିଛନ୍ତି । ଆଉ ତାଙ୍କର ଏହି ଏଣ୍ଟ୍ରି ଖୁବ ଧମାକେଦାର ହୋଇଛି ।

ଅଧିନାୟକ ବିରାଟ କୋହଲୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ତାଙ୍କ ସ୍ଥାନରେ ଯୁବ ଖେଳାଳୀ ଶ୍ରେୟସ ଅୟରଙ୍କୁ ଦଳରେ ସ୍ଥାନ ମିଳିଛି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ନିଜର ପ୍ରଥମ ମ୍ୟାଚ ଖେଳିଛନ୍ତି ଶ୍ରେୟସ । ଆଉ ଏହି ପ୍ରଥମ ମ୍ୟାଚରେ ହିଁ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଶ୍ରେୟସ୍‌ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍‌ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଅଛନ୍ତି ।

India vs New Zealand: Shreyas Iyer pulls India out of sloppy waters, makes merry on Test debut - Sports News

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ଡେବ୍ୟୁ କରିଥିବା ଶ୍ରେୟାସ ଆୟରଙ୍କ ସ୍ବାଗତ କରାଯାଇଥିଲା । ଭାରତୀୟ କ୍ରିକେଟର ଲିଜେଣ୍ଡ ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଶ୍ରେୟାସ ଆୟରଙ୍କୁ ଭାରତୀୟ ଦଳର ଟେଷ୍ଟ କ୍ୟାପ ଦେଇଥିଲେ । ଆୟରଙ୍କ ଟେଷ୍ଟ କ୍ୟାପ ନମ୍ବର ୩୦୩ ରହିଛି । ଏହା ପୂର୍ବରୁ ୩୦୨ କ୍ୟାପ ନମ୍ବର ସହ ଅକ୍ଷର ପଟେଲ ଚଳିତ ବର୍ଷ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ ।

Related posts

ମେ ୨୪ରେ ଆଇପିଏଲ ଫାଇନାଲ

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପ୍ରଶଂସକଙ୍କ ସ୍ମାରକୀ ଫଳକ

Odisha Sports Bureau