Cricket

ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟର

କାନପୁର: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଦ୍ୱାରା ଟେଷ୍ଟ ଜଗତରେ ପଦାର୍ପଣ କରିଛନ୍ତି ଭାରତର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର । ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲୀଙ୍କ ସ୍ଥାନରେ ସେ ଏଣ୍ଟ୍ରି କରିଛନ୍ତି । ଆଉ ତାଙ୍କର ଏହି ଏଣ୍ଟ୍ରି ଖୁବ ଧମାକେଦାର ହୋଇଛି ।

ଅଧିନାୟକ ବିରାଟ କୋହଲୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ତାଙ୍କ ସ୍ଥାନରେ ଯୁବ ଖେଳାଳୀ ଶ୍ରେୟସ ଅୟରଙ୍କୁ ଦଳରେ ସ୍ଥାନ ମିଳିଛି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ନିଜର ପ୍ରଥମ ମ୍ୟାଚ ଖେଳିଛନ୍ତି ଶ୍ରେୟସ । ଆଉ ଏହି ପ୍ରଥମ ମ୍ୟାଚରେ ହିଁ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଶ୍ରେୟସ୍‌ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍‌ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଅଛନ୍ତି ।

India vs New Zealand: Shreyas Iyer pulls India out of sloppy waters, makes merry on Test debut - Sports News

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ଡେବ୍ୟୁ କରିଥିବା ଶ୍ରେୟାସ ଆୟରଙ୍କ ସ୍ବାଗତ କରାଯାଇଥିଲା । ଭାରତୀୟ କ୍ରିକେଟର ଲିଜେଣ୍ଡ ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଶ୍ରେୟାସ ଆୟରଙ୍କୁ ଭାରତୀୟ ଦଳର ଟେଷ୍ଟ କ୍ୟାପ ଦେଇଥିଲେ । ଆୟରଙ୍କ ଟେଷ୍ଟ କ୍ୟାପ ନମ୍ବର ୩୦୩ ରହିଛି । ଏହା ପୂର୍ବରୁ ୩୦୨ କ୍ୟାପ ନମ୍ବର ସହ ଅକ୍ଷର ପଟେଲ ଚଳିତ ବର୍ଷ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ ।

Related posts

ଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?

ୱେଷ୍ଟଇଣ୍ଡିଜରେ ବିରାଟଙ୍କ ଅଟୋଗ୍ରାଫ୍ ପାଇଁ ଲଗାଇଲେ ଲମ୍ବା ଲାଇନ

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

Odisha Sports Bureau