Hockey

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ବାଜି ମାରିଲା ଆଜେଣ୍ଟିନା । ଫାଇନାଲ ମ୍ୟାଚରେ ଜର୍ମାନୀକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ୨-୪ରେ ଜର୍ମାନୀକୁ ମାତ ଦେଇ ଦ୍ୱିତୀୟ ତର ବିଶ୍ୱକପ ଟ୍ରଫି ଉପରେ କରିଛି କବଜା ।

କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଜର୍ମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜୁନିୟର ହକି ବିଶ୍ୱକପର ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ଜର୍ମାନୀକୁ ହରାଇ ବିଶ୍ୱକପ ଉପରେ ଆର୍ଜେଣ୍ଟିନା କବଜା କରିଛି । ଦଳର ଡୋମେନେ ଲୌଟାରା ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିଜୟ ଭେଟି ଦେଇଛନ୍ତି । ୧୦,୨୫ ଏବଂ ୫୦ ମିନିଟରେ ଡୋମେନେ ଗୋଲ ସ୍କୋର କରିଥିବା ବେଳେ ଆଗୋସ୍ତିନି ଫ୍ରାନ୍ସୋ ୬୦ ମିନିଟ୍ରେ ଆଉ ଏକ ଗୋଲ ଦେଇଥିଲେ । ତେବେ ଜବାବରେ ଜର୍ମାନୀ ପକ୍ଷରୁ ହାଏନେର୍ ଜୁଲ୍ରିସ୍ ୩୬ ମିନିଟ୍ ସମୟରେ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଫାଣ୍ଡାଟ୍ ମାସୀ ୪୭ ମିନିଟ୍ ସମୟରେ ଗୋଟିଏ ଗୋଲ କରିପାରିଥିଲେ । ଶେଷରେ ୪-୨ରେ ପଛରେ ପଡିଯାଇଥିଲା ଜର୍ମାନୀ । ଏଥିସହିତ ଦଳର ବିଶ୍ୱକପ ବିଜୟ ଆଶ ମଧ୍ୟ ମଉଳି ଯାଇଥିଲା । ଯାହା ଉପରେ ଆର୍ଜେଣ୍ଟିନା କବଜା ରି ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ବିଶ୍ୱ ବିଜେତା ପାଲଟିଛି ।

Related posts

ବେଲଜିୟମ ଓ ନେଦରଲାଣ୍ଡ୍ସରେ ଆରମ୍ଭ ହେଉଛି FIH ହକି ବିଶ୍ୱକପ୍ ୨୦୨୬

Odisha Sports Bureau

ଆରମ୍ଭ ହେଲା ଜୁନିୟର ମହିଳା ଚମ୍ପିୟନସିପ

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

Odisha Sports Bureau