Cricket

ଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନ

କଟକ: ବିଜୟ ହାଜରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଆରମ୍ଭ । ଶୁଭ୍ରାଂଶୁ ଶତପଥୀଙ୍କ ଶତକ ଏବଂ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ପାଳି ସହିତ ଓଡିଶା ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ମାତ ଦେଇଛି । ଉଭୟ ବ୍ୟାଟ୍ସମ୍ୟାନଙ୍କଠାରୁ ପଛରେ ରହି ନଥିଲେ ବାମହାତୀ ସ୍ପିନର ଜୟନ୍ତ ବେହେରା । ଆନ୍ଧ୍ରର ୪ଟି ୱିକେଟ ଅକ୍ତିଆର କରି ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍ ଏ’ରେ ଓଡ଼ିଶା ପାଇଁ ବିଜୟରେ ଖୁବ ସହାୟକ ହୋଇଛନ୍ତି । ଫଳରେ ୬୩ ରନରେ ବିଜୟୀ ହୋଇଛି ଟିମ ଓଡିଶା ।
ପ୍ରଥମେ ବ୍ୟାଟିଂ କରି ଓଡିଶା ୫ ୱିକେଟ ବିନିମୟରେ ୨୭୮ ରନ ସଂଗ୍ରହ କରିଥିଲା । ଦଳ ତରଫରୁ ଶୁଭ୍ରାଂଶୁ ୧୨୦ ବଲରୁ ୮ ଚୌକା ଏବଂ ୨ ଛକା ସହିତ ୧୧୬ ରନ କରିଥିବା ବେଳେ ସନ୍ଦୀପ ମଧ୍ୟ ୫୭ ରନର ଭାଗିଦାରୀ କରିଥିଲେ । ଗୋବିନ୍ଦ ମଧ୍ୟ ଶୁଭ୍ରାଂଶୁଙ୍କ ସହ ମିଶି ୧୨୪ ରନ ସଂଗ୍ରହ କରିଥିଲେ । ତେବେ ବ୍ୟକ୍ତିଗତ ୪୬ ରନ କରିଥିବା ବେଳେ ପାଭିଲିୟନ ଫେରିଥିଲେ ଗୋବିନ୍ଦ । ଆନ୍ଧ୍ର ପକ୍ଷରୁ ୨ଟି ୱିକେଟ ଅକ୍ତିଆର କରିଥିଲେ ଏମ ହରିଶଙ୍କର ରେଡ୍ଡି ।
ତେବେ ଆନ୍ଧ୍ର ଇନିଂସରେ କୌଣସି ଖେଳାଳୀ ଓଡିଆ ବୋଲରଙ୍କୁ ସାମନା କରି ପାରି ନଥିଲେ । ୪୭ତମ ଓଭରରେ ୨୧୫ ରନ କରି ସମସ୍ତ ୱିକେଟ ହରାଇଥିଲା ଆନ୍ଧ୍ରପ୍ରଦେଶ । ବରିଷ୍ଠ ସ୍ପିନର ଜୟନ୍ତ ବେହେରା ୪ ୱିକେଟ ଅକ୍ତିଆର କରିଥିଲେ। ଦେବବ୍ରତ ପ୍ରଧାନ ୨ ୱିକେଟ ଅକ୍ତିଆର କରିଥିବା ବେଳେ ରାଜେଶ, ସୁନୀଲ, ଅଭିଷେକ, ଗୋବିନ୍ଦ ୧ ଲେଖାଏଁ ୱିକେଟ ନେଇ ଦଳକୁ ବିଜୟୀ କରାଇଥିଲେ।

Related posts

ବିସିସିଆଇରେ ଆରମ୍ଭ ହେଲା ଗାଙ୍ଗୁଲି ଯୁଗ

Odisha Sports Bureau

ଭାରତ ପାଇଁ ୨୫୭ ଟାର୍ଗେଟ ଦେଲା ବାଂଲାଦେଶ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau