Cricket

ରାହାଣେଙ୍କ ଫୋକସ ମନ୍ତ୍ର

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିଛି । ଓପନର ତଥା ଦଳର ନୂଆ ଉପ ଅଧନାୟକ ଲୋକେଶ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ତେବେ ଦଳ ପାଇଁ ସବୁଠୁ ବଡ କଥା ହେଉଛି ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟା ରାହାଣେ ନିଜ ଲୟକୁ ଫେରିଥିବା ଜଣା ପଡୁଛି । ଦୀର୍ଘ ଦିନ ହେଳା ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ରାହାଣେ ପ୍ରଥମ ଦିନରେ ଖୁବ ସୁନ୍ଦର ଖେଳି ୪୦ ରନରେ ଅପରାଜିତ ଅଛନ୍ତି ।

ତେବେ ସେ ବ୍ୟାଟିଂ କରୁଥିବା ସମୟରେ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ବୋଲରଙ୍କ ରନ ଅପ ସମୟରେ ସେ ନିଜକୁ ବାରମ୍ବାର ଗୋଟିଏ କଥା ମନେ ପକାଇ ଦେଉଥିଲେ । ଖେଳିବା ସମୟରେ ସେ ବଲ ଉପରେ ଫୋକସ କରୁଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ବ୍ୟାଟିଂ ସମୟରେ ବାରମ୍ବାର ‘ୱାଚ ଦ ବଲ’ ‘ୱାଚ ଦ ବଲ’ ବୋଲି କହୁଛନ୍ତି ରାହାଣେ । ଖେଳରେ ନିଜର ଏକାଗ୍ରତା ବଢାଇବାକୁ ସେ କିଛି ଏପରି କରିଥିଲେ । ଯାହାକି ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି । ସେଥିପାଇଁ ବିରାଟ କୋହଲି ଆଉଟ ହେବା ପରେ ରାହାଣେ ରାହୁଲଙ୍କ ଖୁବ ସାଥ ଦେଇଥିଲେ ।

Related posts

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍, ୨୩ ବର୍ଷ ଧରି ଭାରତ ପାଇଁ ଖେଳୁଥିଲେ କ୍ରିକେଟ

Odisha Sports Bureau

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau

ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

Odisha Sports Bureau