Cricket

ଅଷ୍ଟ୍ରେଲିଆ ନମ୍ବର ୱାନ

ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆକୁ ମିଳିଲା ନୂଆବର୍ଷର ଭେଟି । ଆସେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଫଳରେ ୫ ମ୍ୟାଚବିଶିଷ୍ଟ ସିରିଜରେ ୩-୦ରେ ଦଳ ଆଗୁଆ ରହିଛି । ବଜୟ ସହିତ ଅଷ୍ଟ୍ରେଲିଆ ଆଉ ଏକ ବଡ ଫାଇଦା ମଧ୍ୟ ମିଳିଛି । ଏହି ବିଜୟ ସହ ଦଳ ଆଇସିସି ପଏଣ୍ଟ ଟେବୁଲର ଏକ ନମ୍ବରରେ ପହଞ୍ଚିଛି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପ୍ରତିଯୋଗତାରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ ଜିତିଛି । ଏଥିସହ ଟେବୁଲର ଶୀର୍ଷରେ ପହଞ୍ଚିଛି ଟିମ ଅଷ୍ଟ୍ରେଲିଆ ।

ତେବେ ଅଷ୍ଟ୍ରେଲିଆ ପରେ ଦୁଇଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଉଭୟ ଦଳ ବିଜୟ ପ୍ରତିଶତ ୧୦୦ ରହିଛି । ସେହିପରି ପାକିସ୍ତାନ ତିନୋଟି ବିଜୟ ଏବଂ ଗୋଟିଏ ପରାଜୟ ସହିତ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନର ୭୫ ରହିଛି ବିଜୟ ପ୍ରତିଶତ । ତେବେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଦୁଇଟି ସିରିଜ ଖେଳିଥିବା ବେଳେ ତିନୋଟି ଜିତିବା ସହ ଗୋଟିଏ ହାରିଛି, ଏବଂ ଦୁଇଟି ମ୍ୟାଚ ଡ୍ର ରହିଛି । ତେଣୁ ୫୮.୩୩ ପ୍ରତିଶତ ସହିତ ଚତୁର୍ଥ ସ୍ତାନ ଅଧିକାର କରିଛି ଭାରତ ।

Related posts

କିଏ ଏହି ନୀଲ ପଟେଲ ଯିଏ ଭାରତୀୟ ମୂଳ ହୋଇ ଖେଳିବେ ଭାରତ ବିପକ୍ଷରେ…

Odisha Sports Bureau

ରାହାଣେଙ୍କ ୫ହଜାର ରନ ପୂର୍ଣ୍ଣ

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau