Cricket

କ୍ରିକେଟରେ କରୋନା କାଳ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ପୁଣି ଘାରିଲା ମହାମାରୀ କରୋନାର କାଳ । କରୋନା ପ୍ରକୋପରେ ଆରମ୍ଭ ହେବା ପୂର୍ବରୁ ହିଁ ସ୍ଥଗିତ ରହିଛି ଇଙ୍ଗ ଟୁର୍ଣ୍ଣାମେଣ୍ଟ । ଏକାଧିକ ଖେଳାଳୀ କରୋନାରେ ଆକ୍ରାନ୍ତ ହେବା ପରେ ରଣଜୀ ଟ୍ରଫିକୁ ସ୍ଥଗିତ ରଖିଛି ବିସିସିଆଇ ।

ସୂଚନା ଅନୁଯାୟୀ, ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିକୁ ସ୍ଥଗିତ ରଖାଯାଇଛି । ଏଥିସହିତ କରୋନା ପ୍ରଭାବରୁ ବଞ୍ଚାଇବା ପାଇଁ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବନ୍ଦ ରଖିଛି ବିସିସିଆଇ । ଏଥିରେ କୁଚ ବିହାର ୧୯ ବର୍ଷରୁ କମ ନକଆଉଟ ମୁକାବିଲା ମଧ୍ୟ ସାମିଲ ରହିଛି ।

ରଣଜୀ ଟ୍ରଫି ଏବଂ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଖେଳାଯିବାକୁ ଥିବା ବେଳେ ସିନିୟର ମହିଳା ଟି-୨୦ ଲିଗ୍ ଫେବୃଆରୀର ଆରମ୍ଭ ହେବାର କାର୍ୟ୍ୟକ୍ରମ ରହିଥିଲା। କିନ୍ତୁ ବର୍ଦ୍ଧିତ କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି।

Related posts

ଲକ୍ଷ୍ନୌକୁ ପରାସ୍ତ କରି କ୍ବାଲିଫାୟରରେ ପହଞ୍ଚିଲା ମୁମ୍ବାଇ

Odisha Sports Bureau

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

Odisha Sports Bureau

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

Odisha Sports Bureau