Cricket

ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଶେଷ ହୋଇଛି ଭାରତର ଦ୍ୱିତୀୟ ଇନିଂସ । ମାତ୍ର ୧୯୮ ରନରେ ଅଟକିଛି ଭାରତର ଗାଡି । ତେବେ ଏଥିରୁ ଏକା ୧୦୦ ରନର ପାଳି ଖେଳିଛନ୍ତି ୱିକେଟ କିପର ରିଷଭ ପନ୍ତ । ଅଧିନାୟକ ବିରାଟ କୋହଲି ୧୪୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିବା ବେଳେ ଉପ ଅଧିନାୟକ କେ.ଏଲ ରାହୁଲ ୧୦ ରନ କରିଥିଲେ । ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି ।

ପୁଣି ଥରେ ଫେଲ ମାରିଛନ୍ତି ଦଳର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂୂଜାରା ଏବଂ ଅଜିଙ୍କ୍ୟ ରାହାଣେ । ପୂଜାରା ୯ ରନର ଯୋଗଦାନ କରିଥିବା ବେଳେ ରାହାଣେ ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ । ଭାରତ ୧୯୮ ରନରେ ସିମୀତ ରହିବା ପରେ ଦକ୍ଷିଣ ଆଫ୍ରିକାକୁ ମିଳିଛି ୨୧୧ ରନର ଟାର୍ଗେଟ । ସେହିପରି ସିରିଜ ଏବେ ୧-୧ରେ ବରାବର ରହିଥିବା ବେଳେ ଏହି ମ୍ୟାଚ ନିର୍ଣ୍ଣାୟକ ଥିଲା । କିନ୍ତୁ ଏଭଳି ଏକ ମ୍ୟାଚରେ ଦଳର ଅଧିକାଂଶ ଖେଳାଳି ନିରାଶ କରିଛନ୍ତି ।

Related posts

ଗେଲଙ୍କ ପୁରୁଣା ଅବତାର

Odisha Sports Bureau

IPL ନିଲାମରେ ବିକ୍ରି ନ ହେବା ପରେ ଧନ୍ୟବାଦ ଜଣାଇଲେ, ଏବେ ଓପନିଂରେ ରେକର୍ଡ ସ୍ଥାପନ କଲେ

Odisha Sports Bureau

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

Odisha Sports Bureau