Hockey

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

ଭବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ନିୟମିତ ଅଧିନାୟିକା ରାଣୀ ରାମପାଲ ସଂପୂର୍ଣ୍ଣ ଫିଟ୍ ‌ହୋଇ ନଥିବାରୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ପୁଣି ଥରେ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ତଥା ବିଶ୍ୱହକିର ଅନ୍ୟତମ ଦକ୍ଷ ମହିଳା ଡିଫେଣ୍ଡର ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ଦଳର ଉପଅଧିନାୟିକା ଭାବେ ପୁନଃ ନିଯୁକ୍ତ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ଷ୍ଟାଣ୍ଡବାଏ ଥିବା ଏବଂ ଚୀନ ବିପକ୍ଷ ଏଫଆଇଏଚ୍ ମ୍ୟାଚ୍ ଖେଳି ନଥିବା ଓଡ଼ିଆ ତାରକା ନମିତା ଟପ୍ପୋ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଭାରତୀୟ ଦଳରେ ଗୋଲ୍‌ରକ୍ଷକ-ସବିତା (ଅଧିନାୟିକା), ବିଚୁଦେବୀ ଖରିବାମ, ରଜନୀ ଏତିମାର୍‌ପୁ। ରକ୍ଷଣଭାଗ- ଦୀପଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ। ମଧ୍ୟଭାଗ-ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରମବାମ୍, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ନମିତା ଟପ୍ପୋ। ଅଗ୍ରଭାଗ-ବନ୍ଦନା କଟାରିଆ, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ରାଜବିନ୍ଦର କୌର। ସଂରକ୍ଷିତ ଖେଳାଳି-ରଶ୍ମିତା ମିଞ୍ଜ୍, ଅକ୍ଷତା ଆବାସୋ ଧିକାଲେ, ସୋନିକା, ମାରିଆନା କୁଜୁର, ଅଶ୍ବର୍ଯ୍ୟା ରାଜେଶ ଚୌହ୍ୱାନ ସାମିଲ ଅଛନ୍ତି ।

Related posts

ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆ

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

Odisha Sports Bureau

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau