Tennis

ମନୋରଞନ ଦୁନିଆରେ ନଜର ଆସିବେ ଟେନିସ ଖେଳାଳି ସାନିଆ ମିର୍ଜା

ମୁମ୍ବାଇ: ସାନିଆ ମିର୍ଜା ହେଉଛନ୍ତି ଭାରତୀୟ ଟେନିସ ଖେଳାଳି । ସେ ୬ ଥର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ୍ ଭାରତୀୟ ଟେନିସ୍ ଖେଳଳି । କ୍ରୀଡା ଜଗତ ତାଙ୍କ ଲାଗି ସବୁକିଛି । ବର୍ତ୍ତମାନ କ୍ରୀଡା ଜଗତ ପରେ ଟେଲିଭିଜନ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ସାନିଆ । ସେ ତାଙ୍କ ସ୍ୱାମୀ ସୋଏବ୍ ମଲିକଙ୍କ ସହିତ ଏକ ମନୋରଂଜନଧର୍ମୀ କାର‌୍ୟ୍ୟକ୍ରମ ଉପସ୍ଥାପନ କରିବେ ବୋଲି ସୋଏବ୍ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ।ସାନିଆଙ୍କ କହିବା ଅନୁସାରେ ଥଟ୍ଟାମଜା, ଉପଭୋଗ ଓ ମନୋରଂଜନ ଏହି କାର‌୍ୟ୍ୟକ୍ରମର ତିନିଟି ମୁଖ୍ୟ ଉପାଦନ। ଏହି କାର୍ଯ୍ୟକ୍ରମର ନାମ ହେଉଛି ‘ଦି ମିର୍ଜା-ମଲିକ ସୋ’। ‘ଦି ମିର୍ଜା-ମଲିକ ସୋ’ ପାକିସ୍ତାନର ପ୍ରଥମ ଓଟିଟି ମଞ୍ଚ ‘ଉର୍ଦ୍ଦୂଫ୍ଲିକ୍ସ’ରେ ପ୍ରସାରିତ ହେବ।

ସାନିଆ ସାମ୍ବାଦିକ ସମ୍ମିଳନରେ ଏହି ସୋ ବିଷୟରେ କହିଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏହି ସୋ କୁ ନେଇ ବେଶ ଉତ୍ସାହିତ ନଜର ଆସୁଛନ୍ତି । ସାନିଆ କହିଛନ୍ତି ଯେ ସେ ଦୁହେଁ ବହୁ ବର୍ଷରୁ ମନୋରଂଜନ ଦୁନିଆ ସହିତ ଯୋଡ଼ିହୋଇ ଅଛନ୍ତି। କିନ୍ତୁ ଏଥର ସେମାନେ ପ୍ରଥମ ଥର ପାଇଁ ସିଧାସଳଖ ଲୋକଙ୍କର ମନୋରଂଜନ କରିବେ। ଦର୍ଶକଙ୍କୁ ଏହି ସୋ ବେଶ ପସନ୍ଦ ଆସିବ ବୋଲି ସାନିଆ ଆଶା କରିଛନ୍ତି ।

Related posts

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau