Cricket

ଆଇପିଏଲ୍‌ରେ ବିଜୟ ଖାତା ଖୋଲିଲା ଲକ୍ଷ୍ନୌ

ନୂଆଦିଲ୍ଲୀ: ନବାଗତ ଦଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଆଇପିଏଲ୍‌ରେ ବିଜୟ ଖାତା ଖୋଲିଛି। ଏହି ଚର୍ଚ୍ଚିତ ଲିଗ୍‌ର ଅନ୍ୟତମ ସଫଳ ଦଳ ତଥା ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ୱିକେଟ୍‌ରେ ହରାଇଛି ଲକ୍ଷ୍ନୌ। ଏହିମୁକାବିଲାରେ ଚେନ୍ନାଇ ୨୧୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଲକ୍ଷ୍ନୌ ଯାହାକୁ କ୍ବିଣ୍ଟନ୍ ଡି’କକ୍ (୬୧) ଏବଂ ଇଭିନ ଲୁଇସ୍‌ (୫୫)ଙ୍କ ଅର୍ଦ୍ଧଶତକ ସହ ଆୟୁଷ ବଦୋନିଙ୍କ ୧୯ ରନ୍ ବଳରେ ୧୯.୩ ଓଭରରେ ହିଁ ହାସଲ କରିନେଇଥିଲା। ଦ୍ବିତୀୟ ମ୍ୟାଚ୍‌ରୁ ଲକ୍ଷ୍ନୌର ଏହା ପ୍ରଥମ ବିଜୟ ଥିଲା। ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଟସ୍ ଜିତି ସିଏସ୍‌କେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଧୋନି ଶେଷ ବଲ୍‌କୁ ଚୌକା ମାରି ଟ୍ବେଣ୍ଟି-୨୦ରେ ୭,୦୦୦ ରନ୍ ପୂରଣ କରିବା ସହ ସିଏସ୍‌କେ ସ୍କୋର ବୋର୍ଡ ୨୧୦ରେ ପହଞ୍ଚି ଯାଇଥିଲା।

Related posts

ଆଜିଠୁ ଠିକ ୬ ବର୍ଷ ତଳେ ରୋ ହିଟମ୍ୟାନ ଶର୍ମା ରଚିଥିଲେ ଏହି କିର୍ତ୍ତିମାନ…

Odisha Sports Bureau

ଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau