Cricket

ଆଜିଠୁ ଠିକ ୬ ବର୍ଷ ତଳେ ରୋ ହିଟମ୍ୟାନ ଶର୍ମା ରଚିଥିଲେ ଏହି କିର୍ତ୍ତିମାନ…

ମୁମ୍ବାଇ : ଆଜିଠାରୁ ଠିକ ୬ ବର୍ଷ ତଳେ ଭାରତୀୟ କ୍ରିକେଟର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ରଚିଥିଲେ ଇତିହାସ । ଐତିହାସିକ ଇଡେନ ଗାର୍ଡେନ ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୨୬୪ ର ବ୍ୟକ୍ତିଗତ ସ୍କୋର କରି କ୍ରିକେଟର ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଅଙ୍କିତ କରି ଦେଇଥିଲେ । ତାଙ୍କର ଏହି ୨୬୪ ରନର ବ୍ୟକ୍ତିଗତ ସ୍କୋର ଦିନିକିଆ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବେ ବିବେଚନା କରାଯାଇଛି । ସେ

ତାଙ୍କ ୨୬୪ ରନର ଏହି ବୃହତ ପାଳିରେ ୩୩ ଟି ଚୌକା ଓ ୯ ଟି ଛକା ମାରିଥିଲେ । ୪ ରନ୍ କରି ଜୀବନଦାନ ପାଇଥିବା ବେଳେ ରୋହିତ ଆଉ ୨୬୦ ରନ୍ ଯୋଡ଼ି ଭାରତ ପାଳିର ଶେଷ ବଲ୍ରେ ହିଁ ଆଉଟ୍ ହୋଇଥିଲେ। ତାଙ୍କୁ ନୁୱାନ୍ କୁଲସେକରା ଆଉଟ୍ କରିଥିଲେ। ରୋହିତଙ୍କ ୨୬୪ ରନ୍ର ପାଳି ବଳରେ ଭାରତ ୪୦୪/୫ କରିଥିଲା। ପରେ ଶ୍ରୀଲଙ୍କା ପାଳିକୁ ୨୫୧ରେ ସଫା କରି ଭାରତ ୧୫୩ ରନ୍ର ବୃହତ୍ ବିଜୟ ହାସଲ କରିଥିଲା।

ରୋହିତଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦ ଓଭରିଆ ଫର୍ମାଟ୍ରେ ଦ୍ବିଶତକ ହାସଲ କରିଥିଲେ। ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ।

Related posts

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

Odisha Sports Bureau

ଗମ୍ଭୀରଙ୍କୁ କଟାକ୍ଷ କରିବା ପରେ ଶ୍ରୀଶାନ୍ତଙ୍କୁ ନୋଟିସ

Odisha Sports Bureau

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ