Cricket

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

ନୂଆଦିଲ୍ଲୀ: ରାଜସ୍ଥାନ ଟିମ୍ ୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଛି । ଏହି ବିଜୟ ସହିତ ୮ ରୁ ୬ଟି ମ୍ୟାଚ ଜିତି ଶୀର୍ଷରେ ପହଞ୍ଚିଛି ଆରସିବି । ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍ କରିଥିଲା । ରିୟାନ ପରାଗ ୩୧ ବଲ୍‌ରୁ ୪ ଟି ଛକ୍କା ଓ ୩ଟି ଚୌକା ବଳରେ ଧୁଆଁଧାର ୫୬ ରନ୍ କରି ନଟ୍ଆଉଟ୍ ରହିଥିଲେ । ୧୪୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଙ୍ଗାଲୋର ଟିମ୍ ୧୯ ଓଭର ୩ଟି ବଲ୍‌ରେ ୧୧୫ ରନ୍ କରି ଅଲ୍ଆଉଟ ହୋଇଥିଲା । ବାଙ୍ଗଲୋରର ୪ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ । ଅଶ୍ୱୀନ ୪ ଓଭରରୁ ମାତ୍ର ୧୭ ରନ୍ ଦେଇ ୩ଟି ୱିକେଟ ନେଇଥିବା ବେଳେ କୁଳଦୀପ ସେନ ୪ଟି ୱିକେଟ ନେଇଥିଲେ । ଆଇପିଏଲ୍‌ରେ ଆଜି ସଂଧ୍ୟାରେ ଗୋଟିଏ ମ୍ୟାଚ ରହିଛି । ଗୁଜରାଟ ଟାଇଟନ୍ସକୁ ଭେଟିବ ହାଇଦ୍ରାବାଦ ସନରାଇଜର୍ସ ।

Related posts

ଟି ୨୦ – ସିରିଜରେ ବିଶ୍ରାମ ନେବେ କୋହଲି

Odisha Sports Bureau

ବାଗେଶ୍ୱର ଧାମରେ ନଜର ଆସିଲେ କୁଲଦୀପ ଯାଦବ

Odisha Sports Bureau

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା