Cricket

ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି । ୧୬୧ ରନ୍‌ର ଟାର୍ଗେଟ୍‌କୁ ପିଚ୍ଛା କରି ଦିଲ୍ଲୀ ୧୮.୧ ଓଭର୍‌ରେ ହିଁ ଲକ୍ଷ୍ୟସ୍ଥଳରେ ପହଁଞ୍ଚିଯାଇଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ୍‌ ମାର୍ଶ ସର୍ବାଧିକ ୮୯ ରନ୍‌ କରିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ୫୨ ରନ୍‌ କରିଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଚାହଲ୍‌ ଗୋଟିଏ ଲେଖାଁଏ ୱିକେଟ୍‌ ପାଇଥିଲେ । ଦିଲ୍ଲୀ ନିଜର ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୫ ମ ସ୍ଥାନରେ ପହଁଞ୍ଚିଛି ।

ରାଜସ୍ଥାନ ରୟାଲ୍ସ ୧୬୦ ରନ କରିଥିଲା । ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ପାଇଁ ୫୦ ରନ୍‌ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ ମିଳିଥିଲା।

Related posts

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

Odisha Sports Bureau

ଦିଲ୍ଲୀରେ ଟି-୨୦ ମ୍ୟାଚ ନ କରିବାକୁ ବିସିସିଆଇକୁ ଅନୁରୋଧ

Odisha Sports Bureau

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

Odisha Sports Bureau