Cricket

ସନ୍‌ଡେ ସୁପର ଫାଇଟ୍: ଟସ୍ ଜିତିଲା ସାଉଥ ଆଫ୍ରିକା, ବ୍ୟାଟିଂ କରିବ ଭାରତ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ବାରବାଟୀ କାଉଣ୍ଟଡାଉନ।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବ୍ୟାଟେଲ । ବାରବାଟୀରେ ଆରମ୍ଭ ହୋଇ ଯାଇଛି ସନ୍‌ଡେ ସୁପର ଫାଇଟ୍ । ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ତେବେ ମ୍ୟାଚ ଆରମ୍ଭରୁ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମ୍ କରିବ ବ୍ୟାଟିଂ। ଗତକାଲି ଉଭୟ ଦଳର ଖେଳାଳି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଥିଲେ ।

ଅନ୍ୟପକ୍ଷେ, ବାରବାଟୀ ଅଭିମୁଖେ ବାହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ଷ୍ଟାଡିଅମ ଅଭିମୁଖେ ଯାତ୍ରା କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।

Related posts

IPLରେ ୨୫ ଲକ୍ଷ କୋଟି ନିବେଶ କରିବାକୁ ଚାହୁଁଛନ୍ତି ସାଉଦି ପ୍ରିନ୍ସ,

Odisha Sports Bureau

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

Odisha Sports Bureau

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau