Cricket

ସନ୍‌ଡେ ସୁପର ଫାଇଟ୍: ଟସ୍ ଜିତିଲା ସାଉଥ ଆଫ୍ରିକା, ବ୍ୟାଟିଂ କରିବ ଭାରତ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ବାରବାଟୀ କାଉଣ୍ଟଡାଉନ।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବ୍ୟାଟେଲ । ବାରବାଟୀରେ ଆରମ୍ଭ ହୋଇ ଯାଇଛି ସନ୍‌ଡେ ସୁପର ଫାଇଟ୍ । ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ତେବେ ମ୍ୟାଚ ଆରମ୍ଭରୁ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମ୍ କରିବ ବ୍ୟାଟିଂ। ଗତକାଲି ଉଭୟ ଦଳର ଖେଳାଳି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଥିଲେ ।

ଅନ୍ୟପକ୍ଷେ, ବାରବାଟୀ ଅଭିମୁଖେ ବାହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ଷ୍ଟାଡିଅମ ଅଭିମୁଖେ ଯାତ୍ରା କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।

Related posts

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

ସିନିୟର ମହିଳା ଟ୍ବେଣ୍ଟି-୨୦: ଭାରତୀୟ ଦଳରେ ସାମିଲ ହେଲ ୨ ଓଡ଼ିଆ

Odisha Sports Bureau

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ, ମୟଙ୍କ ଆଉଟ୍

Odisha Sports Bureau