More Sports

ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା । ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ସ୍‌ରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ । ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ରିପୋର୍ଟରୁ ମିଳିଛି।ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନୀରଜ ଶତ ପ୍ରତିଶତ ସୁସ୍ଥ ନଥିବାରୁ ସେ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେ ନାହିଁ।

ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ବ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍‌ରେ ଆହତ ହୋଇଥିଲେ।ନିକଟରେ ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ସ୍‌ରେ ନୀରଜ ଚୋପ୍ରା ୮୮.୧୩ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇବା ପରେ ନିଜର ସମର୍ଥକମାନଙ୍କୁ ସୋସିଆଲ୍‌ ମିଡିଆରେ କୃତଜ୍ଞତା ଜଣାଇଥିଲେ। ପଦକ ହାତେଇବା ପରେ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ‘ୱାଲ୍‌ର୍ଡ ଆଥ୍‌ଲେଟିକ୍‌ସ୍‌ ଚାମ୍ପିଅନ୍‌ସିପ୍’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ବିତୀୟ ଖେଳାଳି। ୨୦୦୩ରେ ଏହି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଲଙ୍ଗ୍‌ ଜମ୍ପ୍‌ରେ ଭାରତୀୟ ଖେଳାଳି ଅଞ୍ଜୁବବି ଜର୍ଜ କାଂସ୍ୟ ପଦକ ହାସଲ କରିଥିଲେ।

Related posts

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ସେମିରେ ଭାବିନା

Odisha Sports Bureau