Cricket

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ଆଉ ଏକ ରେକର୍ଡ କଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ କ୍ଲିନ୍ ସୁଇପ୍ କରିଛି ଭାରତ । ତିନି ଟିକିଆ ସିରିଜ୍‌କୁ ୩-୦ରେ ନିଜ ନାଁରେ କରିଛି ଭାରତୀୟ ଟିମ୍ । ସୂଚନାଯୋଗ୍ୟ ଯେ ବର୍ଷା ଯୋଗୁଁ ଗତକାଲି ଖେଳାଯାଇଥିବା ଦିନିକିଆ ୩୫ ଓଭରରେ ସୀମିତ ରଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୫୭ ରନ୍‌ର ଟାଗେର୍ଟ ଦେଇଥିଲା । ଏହାର ପିଛା କରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୩୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଶୁଭମନ୍ ଗିଲ୍‌ଙ୍କ ଦମଦାର ୯୮ ରନ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି । ଏହି ସିରିଜ୍ ପରେ ଭାରତୀୟ ଦଳ ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨ଟି ଦିନିକିଆକୁ ହାତେଇଛି ।

Related posts

ପ୍ରଥମ ODIରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ଆଇପିଏଲ୍ରେ ଆଜି ମୁହାଁ ମୁହିଁ ହେବେ ବାଙ୍ଗାଲୋର-ରାଜସ୍ଥାନ ଓ କୋଲ୍କାତା-ଚେନ୍ନାଇ

Odisha Sports Bureau

ଅଷ୍ଟ୍ରେଲିଆର ବିଶାଳ ସ୍କୋର, ଭାରତକୁ ଦରକାର ୩୫୩ ରନ

Odisha Sports Bureau