Cricket

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ଆଉ ଏକ ରେକର୍ଡ କଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ କ୍ଲିନ୍ ସୁଇପ୍ କରିଛି ଭାରତ । ତିନି ଟିକିଆ ସିରିଜ୍‌କୁ ୩-୦ରେ ନିଜ ନାଁରେ କରିଛି ଭାରତୀୟ ଟିମ୍ । ସୂଚନାଯୋଗ୍ୟ ଯେ ବର୍ଷା ଯୋଗୁଁ ଗତକାଲି ଖେଳାଯାଇଥିବା ଦିନିକିଆ ୩୫ ଓଭରରେ ସୀମିତ ରଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୫୭ ରନ୍‌ର ଟାଗେର୍ଟ ଦେଇଥିଲା । ଏହାର ପିଛା କରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୩୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଶୁଭମନ୍ ଗିଲ୍‌ଙ୍କ ଦମଦାର ୯୮ ରନ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି । ଏହି ସିରିଜ୍ ପରେ ଭାରତୀୟ ଦଳ ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨ଟି ଦିନିକିଆକୁ ହାତେଇଛି ।

Related posts

WTC ଫାଇନାଲରେ କାର୍ତ୍ତିକଙ୍କ ଡେବ୍ୟୁ

ଟି -20 ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ କେତେ ସୁପର ଓଭର ଖେଳାଯାଇଛି?

୯ ଓକ୍ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ, ଭାରତର ସବୁ ବ୍ୟାଟର ଫେଲ୍, ଏକାକୀ ଘାଇଳା କଲେ ଲାୟନ

Odisha Sports Bureau