Cricket

ଅଷ୍ଟ୍ରେଲିଆର ବିଶାଳ ସ୍କୋର, ଭାରତକୁ ଦରକାର ୩୫୩ ରନ

ରାଜକୋଟ :ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ । ୩ୟ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି । ଆଉ ପଡିଆକୁ ବୋଲିଂ ପାଇଁ ଓହ୍ଲାଇବ ଭାରତୀୟ ଟିମ୍‌ । ଉଭୟ ଟିମ୍‌ରେ ଏକାଧିକ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଭାରତୀୟ ଟିମ୍‌ ୨-୦ରେ ସିରିଜ୍‌କୁ କବ୍‌ଜା କରିସାରିଛି ଭାରତୀୟ ଟିମ୍‌ ।

ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦମରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ମିଚେଲ୍ ମାର୍ଶଙ୍କ ୯୬ ରନ, ଷ୍ଟିଭ୍ ସ୍ମିଥଙ୍କ ୭୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୬ ରନ ଓ ମାର୍ନସ ଲାବୁସେନଙ୍କ ୭୨ ବଳରେ ଭ୍ରମଣକାରୀ କଙ୍ଗାରୁ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ ସ୍କୋର କରିଛି। ସିରିଜ୍ କ୍ଲିନ ସୁଇପ୍ ପାଇଁ ଭାରତ ସମ୍ମୁଖରେ ୩୫୩ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଶେଷ ଆଡ଼କୁ ରନ ଗତି ଧିମା ପଡ଼ିବାରୁ ଅଷ୍ଟ୍ରେଲିଆ ଆହୁରି ରନ କରିବାରେ ବିଫଳ ହୋଇଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଓ୍ଵିକେଟ୍ ନେଇଛନ୍ତି।

Related posts

ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆସିଲା ଖୁସି ଖବର

Odisha Sports Bureau

IPL ତଥ୍ୟ: ତାଲିକାରେ ଥିବା ବୋଲର ଜସପ୍ରିତ ବୁମରାହଙ୍କ ବିପକ୍ଷରେ ସର୍ବାଧିକ ଛକା ମାରିଥିବା ଖେଳାଳି

Odisha Sports Bureau

ତାଙ୍କ ବାପା କୁଣ୍ଡଳୀ ପଢି ତାଙ୍କୁ କ୍ରିକେଟର କରିଥିଲେ,ଏହା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ବୋଲର ବୈଷ୍ଣବୀଙ୍କ କାହାଣୀ

Odisha Sports Bureau