Cricket

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

ଢାକା: ଚଳିତ ଏସିଆ କପ ଗ୍ରୁପ ପର୍ଯ୍ୟାୟରୁ ବାଂଲାଦେଶ ବିଦା ହେବା ପରେ ଏହାର ଓି୍ୱକେଟ ରକ୍ଷକ ମୁସଫିକର ରହିମ ରବିବାର ଟି-୨୦ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ବିଶେଷ କରି ଦିନିକିଆ ଆନ୍ତର୍ଜାତିକ ଏବଂ ଟେଷ୍ଟ ମ୍ୟାଚ ଉପରେ ଧ୍ୟାନ କ୍ରେନ୍ଦିତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ମୁସଫିକର ନିଜ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି। ତେବେ ସୁଯୋଗ ମିଳିଳେ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟ ଖେଳିବାର ଇଚ୍ଛା ଜାହିର କରିଛନ୍ତି। ଚଳିତ ଏସିଆ କପରେ ବାଂଲାଦେଶ ଦଳ ଗୋଟିଏ ବି ବିଜୟ ହାସଲ କରିପାରିନଥିଲା। ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ମୁସଫିକର ମଧ୍ୟ ଦୁଇଟି ମ୍ୟାଚରୁ ମାତ୍ର ୫ ରନ କରିବାକୁ ସମର୍ଥ ହୋଇଥିଲେ। ତେବେ ଏହି ଫର୍ମାଟରେ ସେ ଖେଳିଥିବା ଶେଷ ୧୦ ମ୍ୟାଚରୁ କେବଳ ୩ ଥର ଦୁଇ ଅଙ୍କ ସ୍କୋର ଛୁଇଁଥିଲେ। ବାଂଲାଦେଶ ପକ୍ଷରୁ ମୋଟ ୧୦୨ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବାବେଳେ ୧୧୫.୩ ଷ୍ଟ୍ରାଇକ ରେଟରେ ମୋଟ ୧୫୦୦ ରନ ସଂଗ୍ରହ କରିଛନ୍ତି।

Related posts

ଭିଡିଓ ସେୟାର କରି ‘କଠିନ ପରିସ୍ଥିତି ଦେଇ ଗତି କରୁଛି’ କହିଲେ ନତାଶା

ଆଉ ଜଣେ ଭାରତୀୟ ଖେଳାଳୀଙ୍କୁ କୋରୋନା

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau