Cricket

ନ୍ୟାସନାଲ କ୍ରିକେଟ୍ ଏକାଡେମିକୁ ଯିବେ ପାଣ୍ଡ୍ୟା

ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଗୁରୁତର ଆହତ ହେବା ପରେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମିକୁ ନିଆଯିବ, ଯେଉଁଠାରେ ପାଣ୍ଡ୍ୟାଙ୍କୁ ଇଂଲଣ୍ଡର ଜଣେ ବିଶେଷଜ୍ଞ ଡାକ୍ତର ଚିକିତ୍ସା କରିବେ ଏବଂ ଇଞ୍ଜେକ୍ସନ ଦେବେ। ପାଣ୍ଡ୍ୟା ଲକ୍ଷ୍ନୌରେ ହେବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ବେଳକୁ ସୁସ୍ଥ ହୋଇ ଯାଇଥି‌ବେ ବୋଲି ଆଶା କରାଯାଉଛି।

ଗତକାଲି ବାଂଲାଦେଶ ବିପକ୍ଷରେ ଭାରତ ଖେଳୁଥିବା ମ୍ୟାଚ୍ ସମୟରେ ଫିଲ୍ଡିଂ କରୁଥିବା ବେଳେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି ବୋଲି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ପକ୍ଷରୁ କୁହାଯାଇଥିଲା। ସେ ଆହତ ହେବା ପରେ ତାଙ୍କୁ ତୁରନ୍ତ ସ୍କାନ ପାଇଁ ନିଆଯାଇଥିଲା ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ପାଣ୍ଡ୍ୟା ବିସିସିଆଇ ମେଡିକାଲ ଦଳର ନିରନ୍ତର ତଦାରଖରେ ରହିବେ। ତେବେ ଅକ୍ଟୋବର ୨୦ ତାରିଖରେ ଦଳ ସହିତ ଧର୍ମଶାଳାକୁ ଉଡ଼ାଣ ଭରିବେ ନାହିଁ। ସିଧାସଳଖ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଦଳରେ ଯୋଗ ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Related posts

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

Odisha Sports Bureau

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau