Cricket

ରବିନ୍‌ ଉଥପ୍ପାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ଗତକାଲି ଟ୍ୱିଟ୍‌ କରି ସେ ଏହି ଅବସର ଘୋଷଣା କରିଛନ୍ତି। ୨୦୦୭ ମସିହାରେ ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍‌(T20 World Cup) ଜିତିଥିବା ବେଳେ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୪ ମସିହାରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ବେଳେ କର୍ଣ୍ଣାଟକର ରବିନ୍‌ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୬ ମସିହାରେ ସେ ବରିଷ୍ଠ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ପଦାର୍ପଣ କରିଥିଲେ।

Related posts

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

Odisha Sports Bureau

ଶୁଭମନ୍-ଇସାନ ପରସ୍ପରକୁ ଚାପୁଡା ମାରିଲେ

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau