Cricket

ବିରାଟଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ : ହୋଟେଲ ମ୍ୟାନେଜମେଣ୍ଟ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ପର୍ଥ: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। କୋହଲିଙ୍କ ହୋଟେଲ ରୁମ୍‌ରେ କେହି ଜଣେ ପଶି ଭିଡିଓ ସୁଟ୍‌ କରି ଭାଇରଲ କରିଥିଲା। ଏହାପରେ ନିରାଶ ହୋଇଥିଲେ ବିରାଟ। ବିରାଟ ନିରାଶ ହେବା ପରେ ଭିଡିଓ ଭାଇରଲ କରିଥିବା ଲୋକକୁ ହୋଟେଲରୁ ବାହହାର କରାଯାଇଛି। ଯେଉଁ ହୋଟେଲରେ ଏହି ଘଟଣା ଘଟିଛି, ତା’ର ମ୍ୟାନେଜମେଣ୍ଟ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଭାରତୀୟ ଟିମ ପର୍ଥରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବା ବେଳେ କେହି ଜଣେ ବିରାଟଙ୍କ ରୁମରେ ପଶି ଏହି ଭିଡିଓ କରିଥିଲା। ତେବେ ବିରାଟ ନଥିବା ବେଳେ ଭିଡିଓ ଶୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଛନ୍ତି। ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ବିରାଟ ପର୍ଥର ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ଜଣେ କର୍ମଚାରୀ ହିଁ ଭିଡିଓକୁ ଶୁଟିଂ କରିଥିଲେ। ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରିଥିବା ବେଳେ ବିରାଟ ଆଜି ଏହାକୁ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ବିରାଟ ଭିଡିଓ ସହ ନିଜର ଗୋପନୀୟତାକୁ ନେଇ ଗୋଟିଏ ଲେଖା ବି ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି, “ମୁଁ ବୁଝିପାରୁଛି ଯେ ଫ୍ୟାନ୍ସ ନିଜ ପସନ୍ଦର ଖେଳାଳିଙ୍କୁ ଦେଖି ବେଶ ଖୁସି ଓ ଉତ୍ସାହିତ ହୋଇଯାଆନ୍ତି। ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ଏହାକୁ ମୁଁ ସବୁବେଳେ ବେଶ ଖୁସିର ସହ ଗ୍ରହଣ କରେ। କିନ୍ତୁ ଏହି ଭିଡିଓ ବେଶ ଡରାଇବା ଭଳି ଘଟଣା। ଭିଡିଓ ଶୁଟ କରିଥିବା ଲୋକ ଜଣଙ୍କ ମୋତେ ମୋର ଗୋପନୀୟତାକୁ ନେଇ ଭୟଭୀତ କରାଇ ଦେଇଛନ୍ତି।

ପର୍ଥର ହୋଟେଲ ମ୍ୟାନେଜମେଣ୍ଟ ଏକ ବୟାନ ଜାରି କରିଛି। ବିରାଟ କୋହଲି ରହୁଥିବା ହୋଟେଲର ନାମ କ୍ରାଉନ। ଏହି ଭିଡିଓ ଲିକ୍‌ କରିଥିବା ବ୍ୟକ୍ତିକୁ ହୋଟେଲରୁ କାଢିଦିଆଯାଇଛି। ହୋଟେଲ ପକ୍ଷରୁ କୁହାଯାଇଛି, କ୍ରାଉନ ପର୍ଥରେ ଅତିଥିମାନଙ୍କ ପ୍ରାଇଭେସୀ ସହିତ ଜଡିତ ଘଟଣା ସାମ୍ନାକୁ ଆସିଛି। ଅତିଥିଙ୍କ ସୁରକ୍ଷା ଏବଂ ପ୍ରାଇଭେସୀ ଆମର ପ୍ରଥମ ପ୍ରାଥମିକତା। ତେଣୁ ଏହି ଘଟଣାରେ ଆମେ ଦୁଃଖିତ। ଏହି ଘଟଣାରେ ଯୋଗୁଁ ଆମେ କ୍ଷମା ମାଗୁଛୁ।

 

Related posts

୧୦୦ତମ ଟି -୨୦ ମ୍ୟାଚ ଖେଳିବେନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର

Odisha Sports Bureau

ନୂଆ ହେୟାର ଷ୍ଟାଇଲରେ ନଜର ଆସିଲେ ଧୋନି

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ଆଘାତ: କ’ଣ ସେ IPL 2026ରୁ ବାଦ ପଡ଼ିବେ?

Odisha Sports Bureau