Cricket

ରୋହିତ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତର ନେତୃତ୍ୱ ନେବେ

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ ଆଜି ବିସିସିଆଇ ଚୟନ କମିଟି ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ପ୍ରାୟ ସବୁ ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଛି। ହେଲେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ସବୁ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇଛି।

ରୋହିତ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତର ନେତୃତ୍ୱ ନେବେ। ସେହିପରି ଆହତ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା ବାଂଲାଦେଶ ବିପକ୍ଷ ସିରିଜ୍‌ରେ କମବ୍ୟାକ କରିବେ। ସେ ଉଭୟ ଟେଷ୍ଟ ଓ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସୂର୍ଯ୍ୟ କୁମାର ଯାଦବ ଓ ଦିନେଶ କାର୍ତ୍ତିକଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ନୂଆ ମୁହଁ ଭାବେ ରଜତ ପଟିଦାର ଓ ୟଶ ଦୟାଲ ସୁଯୋଗ ପାଇଛନ୍ତି। ଏମାନଙ୍କୁ ଦିନିକିଆ ସ୍କ୍ୱାଡରେ ରଖାଯାଇଛି। ଆଇପିଏଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଚୟନ କରାଯାଇଛି।

ଅନ୍ୟପକ୍ଷରେ ଭାରତ ପାଇଁ ଟେଷ୍ଟରେ ଭଲ ପ୍ରଦର୍ଶନ କରି ଆସୁଥିବା ହନୁମା ବିହାରୀ ବାଂଲାଦେଶ ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେହିପରି ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ଟେଷ୍ଟ ସିରିଜ ପାଇଁ ଚୟନ କରାଯାଇନି। ଭୁବନେଶ୍ୱର କୁମାର ମଧ୍ୟ ବାଂଲାଦେଶ ବିପକ୍ଷ ଦିନିକିଆରେ ଖେଳିବେ ନାହିଁ। ଶିଖର ଧୱନଙ୍କୁ ଦିନିକିଆ ସ୍କ୍ୱାଡରେ ରଖାଯାଇଛି। କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ୱ ପାଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ଡିସେମ୍ବର ମାସରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

Related posts

ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ : ଷ୍ଟାଡିୟମରେ ବସି ମାଗଣାରେ ଖେଳ ଦେଖିବେ ଦର୍ଶକ

Odisha Sports Bureau

ଆଇପିଏଲ୍‌ର ଆଜି ୨୨ତମ ଲିଗ ମ୍ୟାଚ

Odisha Sports Bureau

ଗେଲଙ୍କ ପୁରୁଣା ଅବତାର

Odisha Sports Bureau