Cricket

ବାଂଲାଦେଶକୁ ଭେଟିବ ଭାରତ

ଆଡିଲେଡ୍‌: ବାଂଲାଦେଶକୁ ଭେଟିବ ଭାରତ | ବୁଧବାର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌‌ରେ ଭାରତ ବାଂଲାଦେଶକୁ ଭେଟିବ। ସେମିଫାଇନାଲ୍‌ ସ୍ଥାନ ପାଇଁ ଉଭୟ ଦଳ ଲାଗି ଏହି ମ୍ୟାଚ୍‌ କର ବା ମର ସଦୃଶ ରହିବ। ସୁପର-୧୨ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିଲା‌ ‌ବେଳେ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ହାରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନ ଖସିଯାଇଛି। ଅନ୍ୟପକ୍ଷରେ ବାଂଲାଦେଶ ଦୁଇଟି ମ୍ୟାଚ୍‌ ନେଦରଲାଣ୍ଡ୍ସ ଓ ଜିମ୍ବାୱେ ବିପକ୍ଷରେ ଜିତିଥିଲା ‌ବେଳେ ଦକ୍ଷିଣ ଆଫ୍ରିକାଠୁ ହାରିଯାଇଥିଲା। ଯେଉଁ କାରଣରୁ ଭାରତ ସହ ସମାନ ୪ ପଏଣ୍ଟ୍‌ ଥିଲେ ମଧ୍ୟ ରନ୍‌ ରେଟ୍‌ରେ ପଛରେ ରହି ଟେବୁଲର ତୃତୀୟ ସ୍ଥାନରେ ରହିଛି।

ଆସନ୍ତା ମ୍ୟାଚ୍‌ ଯେଉଁ ଦଳ ଜିତିବ ୬ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ଖେଳିବା ଅଶା ଉଜ୍ଜୀବିତ ରଖିବ। ନଚେତ ‌ନିଜର ଶେଷ ମ୍ୟାଚ୍‌ ବିଜୟ ସହ ‌ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ଣ ‌୧.୩୦ରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ପୂର୍ବାହ୍ନ ୯.୩୦ରେ ନେଦରଲାଣ୍ଡ୍ସ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଓ ଜିମ୍ବାୱେକୁ ହରାଇ ଦମ୍‌ଦାର ଭାବେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତ କିନ୍ତୁ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାଜୟ ବରଣ କରିଥିଲା। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ‌ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ସମ୍ମାନଜନକ ସ୍କୋର୍‌ ୧୩୩/୯ କରିଥିଲେ ମଧ୍ୟ ଖରାପ କ୍ଷେତ୍ରରକ୍ଷଣ ଏବଂ କ୍ୟାଚ୍‌ ହାତଛଡ଼ା ପାଇଁ ଦକ୍ଷିଣ ଆଫ୍ରିକାକୁ ଅଟକାଇବାରେ ବିଫଳ ହୋଇଥିଲା। ସୂର୍ଯ୍ୟକୁମାରଙ୍କ ସହ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି। ରୋହିତ ଶର୍ମା ମଧ୍ୟ ନେଦରଲାଣ୍ଡ୍ସ ବିପକ୍ଷରେ ଭଲ ଖେଳିଥିଲେ। ‌

Related posts

ଆଜି ମୁମ୍ବାଇ ଓ କୋଲକତା

Odisha Sports Bureau

ୱେଷ୍ଟଇଣ୍ଡିଜରେ ବିରାଟଙ୍କ ଅଟୋଗ୍ରାଫ୍ ପାଇଁ ଲଗାଇଲେ ଲମ୍ବା ଲାଇନ

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟନ୍ସ ବଡ ଝଟକା

Odisha Sports Bureau