Hockey

ଛାଡପତ୍ର ଦେବେ ସାନିଆ ମିର୍ଜା!

ନୂଆଦିଲ୍ଲୀ:ନିକଟରେ ସାନିଆ ର୍ମିଜାଙ୍କ ବିବାହ ବିଚ୍ଚେଦକୁ ନେଇ ଖବର ଆସିଥିଲା ।ଯାହକୁ ନେଇ ସାନିଆଙ୍କ ପ୍ରଶଂସକଙ୍କମାନେ ଚିନ୍ତା ପ୍ରକଟ କରିଥିଲେ । ଏହାକୁ ନେଇ ମଧ୍ୟ ଉଭୟ ଭାରତ-ପାକିସ୍ତାନ ଦେଶର କ୍ରୀଡା ପ୍ରେମୀ ବେଶ ମର୍ମାହତ ହୋଇଥିଲେ । କିଛି ଦିନ ତଳେ ସାନିଆ ତାଙ୍କ ପୁଅ ସହ ପୋଷ୍ଟ୍ ସେୟାର କରିଥିଲେ। ସେ ପୋଷ୍ଟ୍ ସେୟାର୍ କରି ଲେଖିଥିଲେ, ‘କଠିନ ଦିନ ମଧ୍ୟରେ ମିଳିଥିବା ଏକ ମୁହୂର୍ତ୍ତ।’ । ଯାହାକୁ ନେଇ ବୈବାହିକ ସର୍ମ୍ପକ କିଛି ତିକ୍ତତା ସୃଷ୍ଟି ହୋଇଛି ବୋଲି ସାନିଆ-ସେଏବଙ୍କ ପ୍ରଶଂସକ ଅନୁମାନ କରିଥିଲେ । ଏହା ପରେ ୁଭୟଭ୍କ ବିହାହ ବିଚ୍ଚେଦ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା

କିନ୍ତୁ ଏ ନେଇ ସାନିଆ ବର୍ତ୍ତମାନ ମୁହଁ ଖୋଲିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଏବଂ ସେ ତାଙ୍କ ପୋଷ୍ଟରେ “ଭଙ୍ଗା ହୃଦୟ ସବୁ କୁଆଡେ ଗଲେ? ଆଲ୍ଲାଙ୍କୁ ଖୋଜିବା ପାଇଁ” । ଏପରି କିଛି ଲେଖିଛନ୍ତି ସାନିଆ । ଯାହକୁ ନେି ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମନରେ ପୁଣି ତରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏହି ପୋଷ୍ଟରୁ ଯାହା ଅନୁମାନ କରାଯାଉଛି, ସାନିଆ-ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ହେଉଥିବା ଚର୍ଚ୍ଚାକୁ ଆଧାର କରି ଏପରି ବୋଷ୍ଟ କରିଛନ୍ତି ସାନିଆ ।

ସୂଚନାମୁତାବକ, ୧୨ ଏପ୍ରିଲ୍ ୨୦୧୦ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକ ଉଭୟ ପ୍ରେମ ବିବାହ କରି ସେହି ସମୟରେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଉଭୟ ବିବାହ କରିଥିବା ସମୟରେ ଭାରତ-ପାକିସ୍ତାନ ସର୍ମ୍ପକରେ ମଧ୍ୟ ତିକ୍ତତା ଭରି ରହିଥିଲା । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିବା ହେତୁ ସାନିଆ ଏବଂ ସୋଏବ୍ଙ୍କୁ ବହୁ ସମସ୍ୟାର ସମ୍ମନା କରିବାକୁ ପଡିଥିଲା । ଶେଷରେ ଉଭୟ ହାଇଦ୍ରାବାଦ ସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲ୍ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନ୍ଙ୍କୁ ଜନ୍ମ ଦେଇଥିଲେ ।ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କ ସର୍ମ୍ପକକୁ ନେଇ ହେଉଥିବା ଚର୍ଚ୍ଚାରେ କଣ ରହିଛି ସତ୍ୟତା ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Related posts

ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ

Odisha Sports Bureau

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

Odisha Sports Bureau

ହକି ଦଳକୁ ନବୀନଙ୍କ ଭେଟି

Odisha Sports Bureau