Hockey

ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ

ରାଉରକେଲା : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ନିଜର ପଞ୍ଚମ ମ୍ୟାଚ୍‌ରେ ଏହି ଘରୋଇ ଦଳ ୨-୧ ଗୋଲ୍‌ରେ ଓଡ଼ିଆ ଶିଳ୍ପପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ମାଲିକାନାରେ ଥିବା ଟିମ୍‌ ଗୋନାସିକାକୁ ହରାଇଛି। ଏହି ବିଜୟ ସହ କଳିଙ୍ଗ ଦଳ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉଠିଛି। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସୁନୀଲ ସୋମୱାରପେଟ୍‌ଙ୍କ ଫିଲ୍ଡ ଗୋଲ୍‌ରେ ଗୋନାସିକା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ କଳିଙ୍ଗର ଦୁଇ ବିଦେଶୀ ଖେଳାଳି ଆଣ୍ଟୋନି କିନା (୨୮ ମିନିଟ୍‌) ଓ ଅଧିନାୟକ ଆରାନ ଜଲେୱେସ୍‌କି (୩୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ।

Related posts

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau