Uncategorized

ସିପକଟାକ୍ରୋ ଓଡିଶା ଦଳରେ ବିଷମ କଟକ ତିନି ଖେଳାଳି

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ତେଲେଙ୍ଗାନା ରାଜ୍ୟ ର ୱାରଙ୍ଗଲ ଠାରେ ରେ ହେବାକୁ ଥିବା ଜାତୀୟ ସିପଟାକ୍ରୋ ପ୍ରତିଯୋଗିତା ରେ ଓଡିଶା ଦଳ ଭାଗ ନେଉଛି । ତେବେ ସେଥିରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ମାଟିର ସନ୍ତାନ ଆକାଶ କୁମାର ରେଡ୍ଡ,ବିକାଶ କୁମାର ରେଡ୍ଡି, ଓ ଦିପସନ୍ ଖୋରା ଓଡିଶା ଦଳ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ଚଳିତ ମାସ ୧୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲୁ ରହିବ । ଆଜି ଏହି ଖେଳାଳି ମାନେ ବିଷମ କଟକ ରୁ ୱାରଙ୍ଗ ଅଭିମୁଖେ ଯାତ୍ରା କରିଛନ୍ତି । ସିପକଟାକର ଫେଡ୍ରେସନ୍ ର ଯୁଗ୍ମ ସମ୍ପାଦକ ପୃଥ୍ୱୀରାଜ ସାହୁ,ରାଜ୍ୟ ଉପସଭାପତି ମହମ୍ମଦ ଗୁଲଫମ୍,କୋଷଧ୍ୟକ୍ଷ ହାଡିଆ, ସଂଜୟ ନାୟକ ଖେଳାଳି ମାନଙ୍କୁ ଉଚ୍ଛାହିତ କରିଥିଲେ । ଓଡିଶା ଦଳର କୋଜ୍ ଲଳିତେନ୍ଦୁ ସ୍ୱାଇଁ ଖେଳାଳି ମାନଙ୍କୁ ମାର୍ଗଦଶ କରିବେ । ଏଥି ପୂର୍ବରୁ ବିକାଶ ରେଡ୍ଡି ଚିନ୍ ରେ ହୋଇଥିବା ଅନ୍ତର୍ଜାତିୟ ପ୍ରତିଯୋଗିତରେ ଭାରତୀୟ ଦଳରେ ସ୍ଥାନ ପାଇ ଚିନ୍ ଖେଳିବାକୁ ଯାଇଥିଲେ ।

Related posts

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau

ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତ ନୀରଜ ଚୋପ୍ରା

Odisha Sports Bureau

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

Odisha Sports Bureau