Cricket

ଟି-୨୦ବିଶ୍ୱକପ;ଫାଇନାଲରେ ପାକିସ୍ତାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପହଞ୍ଚିଲା ପାକିସ୍ତାନ । ବୁଧବାର ଦିନ ସିଡନିରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ଏଥିରେ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ହରାଇ, ଟି-୨୦ ବିଶ୍ୱକପ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି ପାକିସ୍ତାନ ।

ତେବେ ଏହି ମ୍ୟାଚରେ ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା । ବ୍ୟାଟିଂ କରି୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ୍ କରିଥିଲେ ।ନ୍ୟୁଜିଲାଣ୍ଡ ଟିମ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ । କନଓ୍ବେ ରନ ଆଉଟ ହୋଇଥିଲେ ।

ତେବେ ୧୫୩ ରନ୍ ବିଜୟ ଲକ୍ଷ୍ୟ ରଖି ପାକିସ୍ତାନ ମଇଦାନକୁ ଓହ୍ଲାଇଥିଲା । ତେବେ ପାକିସ୍ତାନର ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ । ବ୍ୟାଟର ବାବର ଆଜମ ୫୩ କରିଥିବା ବେଳେ ମହମ୍ମଦ ରିଜୱାନ ସର୍ବାଧିକ ୫୭ ରନ କରି ଆଉଟ ହୋଇଥିଲା । ଏହା ପରେ ମହମ୍ମଦ ହ୍ୟାରିସ୍ ୩୦ ରନ କରିଥିଲେ ।

।

Related posts

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

Odisha Sports Bureau

ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

Odisha Sports Bureau

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau