Cricket

୪୦୦୦ ରନ୍ ସଂଗ୍ରହ କରି ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି ଋଷଭ

ନୂଆଦିଲ୍ଲୀ: ଋଷଭ ପନ୍ତ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ୪୦୦୦ ରନ୍ ସଂଗ୍ରହ କରିଥିବା ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି । ଆଜି ବାଂଲାଦେଶର ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ଭାରତ-ବାଂଲାଦେଶ ଓପେନିଙ୍ଗ୍ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଙ୍ଗ୍ସ୍ରେ ଋଷଭ ଏହି କୃତ୍ବିତ୍ବ ହାସଲ କରିଛନ୍ତି । ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୪୦୦୦ ରନ୍ରୁ ଅଧିକ ସଂଗ୍ରହ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି ୱିକେଟ୍-ରକ୍ଷକ ଏମ୍. ଏସ୍. ଧୋନୀ। ୫୩୫ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଧୋନୀ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧ-ଶତକ ସମେତ ୪୪.୭୪ ହାରରେ ୧୭୦୯୨ ରନ୍ ସଂଗ୍ରହ କରିଛନ୍ତି।

Related posts

୯ରୁ ୯ ଜିତି ଭାରତର ରେକର୍ଡ, ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

Odisha Sports Bureau

ମହାକାଶରେ ବିଶ୍ୱକପ୍ ଟ୍ରଫି

Odisha Sports Bureau

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau