Uncategorized

ଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍

ନୂଆଦିଲ୍ଲୀ: ବାଂଲାଦେଶର ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଭାରତ ଓ ବାଂଲାଦେଶଙ୍କ ଭିତରେ ହେଉଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ୪ର୍ଥ ଦିବସରେ ବାଂଲାଦେଶୀ ଓପେନର୍ ବ୍ୟାଟସମ୍ୟାନ ନଜମୁଲ୍ ହୋସେନ୍ ଶାନ୍ତୋ ଓ ଜାକିର୍ ହସନ୍ ୫୦ ରନ୍ ଲେଖାଏଁ ସଂଗ୍ରହ କରି ନିଜ ନିଜ ସ୍ଥିତି ବଜାୟ ରଖିଛନ୍ତି । ବାଂଲାଦେଶୀ ବ୍ୟାଟସମ୍ୟାନ ଜାକିର୍ ହସନ୍ ଆଜି ପ୍ରଥମ କରି ୫୦ ରନ୍ ସଂଗ୍ରହ କରି ସୁନମ ଅର୍ଜନ କରିଛନ୍ତି । ସୂଚନା ଅନୁସାରେ ୪୨.୦ ଓଭର୍ ଖେଳି ବାଂଲାଦେଶ ୱିକେଟ ନ ନେଇ ୧୧୯ ରନ୍ କରିଛି । ନଜମୁଲ୍ ୬୪ ଓ ହସନ୍ ୫୫ ରନ୍ କରି ଖେଳୁଛନ୍ତି। ଜାକିର୍ ନନ୍-ଷ୍ଟ୍ରାଇକର୍ ପଟେ ଥିବା ବେଳେ ଗୋଟାଏ ବଲ୍ ଥ୍ରୋ’ ଯୋଗୁଁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ବର୍ତ୍ତମାନ ସେ ସୁସ୍ଥଥିବା ଜଣାପଡିଛି ।

Related posts

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

Odisha Sports Bureau

ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।