Cricket

ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ : ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେ ଆଇସିୟୁରୁ ବାହାର କରି ୱାର୍ଡକୁ ଅଣାଯାଇଛି ଋଷଭଙ୍କୁ | କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ପନ୍ତ | ଏହି ସମୟରେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ବୋଲି ଡିଡିସିଏର ନିର୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି। ‘‘ଦୁର୍ଘଟଣାରେ କଟି ଯାଇଥିବା ତାଙ୍କ ବାମ ଆଖିପତାର ପ୍ଲାଷ୍ଟିକ୍‌ ସର୍ଜରି ହୋଇଛି। ଚିକିତ୍ସା ଠିକ୍‌ଠାକ୍‌ ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଘଟୁଛି’’ ବୋଲି ଶର୍ମା କହିଛନ୍ତି।

ବିସିସିଆଇର ଏକ ଡାକ୍ତରମଣ୍ଡଳି ତାଙ୍କ ଚିକିତ୍ସାର ତଦରାଖ କରୁଥିଲା ବେଳେ ସମ୍ପାଦକ ଜୟ ଶାହ ପରିସ୍ଥିତି ଉପରେ ନରଜ ରଖୁଛନ୍ତି। ଏବେ ସେ ଡେରାଡୁନ୍‌ରୁ ସ୍ଥାନାନ୍ତର ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହାକୁ ନେଇ ରିଷଭଙ୍କୁ ସେହି ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିବ । ଦୁର୍ଘଟଣା ବେଳେ ରିଷଭଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ଏହାକୁ ଭରିବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି ।

ରିଷଭଙ୍କୁ ଭେଟିବାକୁ ହସ୍ପିଟାଲରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ମଧ୍ୟ ଜମୁଛି । ଏହାକୁ ନେଇ ତାଙ୍କ ପରିବାର ଅପିଲ କରିଛନ୍ତି ଯେ, ରିଷଭଙ୍କ ଚିକିତ୍ସା ଚାଲିଥିବା ସେ କିପରି ଅଧିକ ବିଶ୍ରାମ ନେଇପାରିବେ, ତାହା ଗୁରୁତ୍ୱପୂର୍ଣ୍ଣ । ଏଥିପ୍ରତି ତାଙ୍କୁ ଭେଟିବାକୁ ଆସୁଥିବା ଲୋକମାନେ ଧ୍ୟାନ ଦେବାକୁ ପରିବାର ଅନୁରୋଧ କରିଛନ୍ତି ।

Related posts

ସୌରଭ ଗାଙ୍ଗୁଲୀଙ୍କୁ ଜେଡ୍ ସୁରକ୍ଷା

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ

Odisha Sports Bureau