Cricket

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେ​ଳାଯାଉଥିବା ୨ୟ ଦିନିକିଆରେ ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା ଦଳକୁ ୨୧୫ ରନରେ ଅଲଆଉଟ କରିଦେଇଛି । ଓପନର ନୁଆନିଣ୍ଡୁ ଫର୍ଣ୍ଣାଣ୍ଡୋ ୫୦ ରନ କରିଥିବାବେଳେ କୁଶଳ ମେଣ୍ଡିସ୍ ୩୪ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହେବାରୁ ଦଳ ସଂକଟରେ ପଡ଼ିଯାଇଥିଲା ।

ଗୋଟିଏ ସମୟରେ ଦଳର ସ୍କୋର ମାତ୍ର ୧୨୬ ହୋଇଥିବାବେଳେ ଦଳ ୬ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଦୁନିଥ୍ ଓ୍ବେଲାଙ୍ଗେ ଓ ଓ୍ବାନିଣ୍ଡୁ ହସରଙ୍ଗା କିଛି ସମୟ କ୍ରିଜରେ ତିଷ୍ଠି ରହିବା ସହ ଦଳୀୟ ସ୍କୋରକୁ ୨୦୦ ଉପରକୁ ନେଇଯାଇଥିଲେ । ହସରଙ୍ଗା ୨୧ ରନ ଓ ଓ୍ବେଲାଙ୍ଗେ ୩୨ ରନ କରିଥିଲେ । ମାତ୍ର ଶ୍ରୀଲଙ୍କା ଦଳ ସଂପୂର୍ଣ୍ଣ ୫୦ ଓଭର ଖେଳିପାରିନଥିଲା । ଦଳ ୩୯.୪ ଓଭରରେ ୨୧୫ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ କୁଳଦୀପ ଯାଦବ ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ ଉମରାନ ମଲ୍ଲିକ ୨ଟି ଓ୍ବିକେଟ ନେଇଥିଲେ । ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ । ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଥିଲା ଭାରତ ।

Related posts

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ

Odisha Sports Bureau

ଶୁବମନ ଗିଲ୍ କରୁଛନ୍ତି କ୍ୟାଚିଂ ଅଭ୍ୟାସ

Odisha Sports Bureau

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

Odisha Sports Bureau