Hockey

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ | ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦାରଲାଣ୍ଡ୍ସ ମଧ୍ୟରେ ହେବ ଟକ୍କର । ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ ।ଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ କହିଛନ୍ତି ଅଷ୍ଟ୍ରେଲିଆ ଶତପ୍ରତିଶତ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ | ସେହିପରି ଚଳିତ ବର୍ଷର ପ୍ରଦର୍ଶନରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଫାଇନାଲ କୁ ଏହି ଦୁଇ ଦଳ ଯିବା ସମ୍ଭାବନା ଅଛି ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

Related posts

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ

Odisha Sports Bureau

ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍

Odisha Sports Bureau