Cricket

କ୍ରିକେଟକୁ ବାଏ ବାଏ କଲେ ଓଡିଶାର ବୋଲର ବସନ୍ତ ନାୟକ

ଭୁବନେଶ୍ୱର: କ୍ରିକେଟ ଦୁନିଆରୁ ବିଦାୟ ନେଇଛନ୍ତି ଓଡିଶାର ବୋଲର ବସନ୍ତ ମହାନ୍ତି । ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ଖେଳିବାକୁ ସୁଯୋଗ ମିଳିପାରି ନାହିଁ । ଯାହା ଫଳରେ ସେ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଖ୍ୟାତିନାମା ଅର୍ଜନ କରିଛନ୍ତି । କିନ୍ତୁ ବୋଲର ବସନ୍ତ ମହାନ୍ତି ରାଷ୍ଟ୍ରୀୟ ସ୍ତରରେ ସୁଯୋଗ ମିଳିନାହିଁ । ଯେଉଁଥିପାଇଁ ସେ ଦୁଃଖିତ । ନିକଟରେ ବେଙ୍ଗଲ ବିରୋଧରେ କ୍ୟାରିୟରର ଶେଷ ମ୍ୟାଚ ଖେଳି ସନ୍ୟାସ ଘୋଷଣା କରିଛନ୍ତି  ।ଚଳିତ ରଣଜୀ ଟ୍ରଫିରେ ଓଡିଶା ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଥିଲା । ଗ୍ରୁପ ପର୍ୟ୍ୟାୟରେ ଚାଲିଥିବା ଏହି ମ୍ୟାଚରେ ଓଡିଶାର ଏହି ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ୩ଟି ସଫଳତା ପାଇଥିଲେ ।

ମନୋଜ ତିୱାରୀ, କରନ ଲାଲଙ୍କୁ ସେ ଆଉଟ କରିଥିଲେ । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ୨୦୦୭ରେ କ୍ୟାରିୟର ଆରମ୍ଭ କରିଥିବା ବସନ୍ତଙ୍କ କ୍ୟାରିୟରର ପ୍ରଥମ ୱିକେଟ ମନୋଜ ହିଁ ଥିଲେ ।

Related posts

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

Odisha Sports Bureau

ଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତା

Odisha Sports Bureau

ଟେଷ୍ଟରେ ପ୍ରଥମେ ଓପନିଂ କରିବେ ଯଶସ୍ଵୀ, ଗିଲ୍ ଖେଳିବେ ତୃତୀୟ ନମ୍ବରରେ