Cricket

ଡେଭିଡ ବୁନ ହେଲେ ଶ୍ରୀଲଙ୍କା- ପାକ୍ ମ୍ୟାଚର ରେଫରି

(ଓଡିଶା ସ୍ପୋର୍ଟସ ):  ଆସନ୍ତା ୨୭ ତାରିଖରୁ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୩ ଟି ମ୍ୟାଚ ଖେଳାଯିବ । ଏଥିରେ ଟି-୨୦ ଓ ଦିନିକିଆ ମ୍ୟାଚ ରହିଛି । ଅଷ୍ଟ୍ରେଲିଆର ଡେଭିଡ୍‌ ବୁନଙ୍କୁ ଏହି ସିରିଜ୍‌ ଲାଗି ଆଇସିସି ମ୍ୟାଚ୍‌ ରେଫରି ଭାବେ ନିଯୁକ୍ତି ଦେଇଛି। ଆଇସିସି ରେଫରିଙ୍କ ମଧ୍ୟରେ ୫୮ ବର୍ଷୀୟ ବୁନ ସବୁଠୁ ଅଭିଜ୍ଞ। ସେ ଏପର୍ୟ୍ୟନ୍ତ ୧୩୫ ଦିନିକିଆ ଓ ୫୧ ଟି୨୦ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇଛନ୍ତି। ବୁନ ଅଷ୍ଟ୍ରେଲିଆ ପାଇଁ ୧୯୮୪ରୁ ୧୯୯୬ ପର୍ୟ୍ୟନ୍ତ ୧୦୭ ଟେଷ୍ଟ ଓ ୧୮୧ ଦିନିକିଆ ଖେଳିଥଲେ।
ଆଇସିସି ପକ୍ଷରୁ ଜୋଏଲ ଓ୍ବିଲସନ ଓ ମାଇକେଲ ଗଫଙ୍କୁ ସିରିଜ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ପିସିବି ଏଲାଇଟ ପ୍ୟାନେଲ ଅମ୍ପାୟର ଅଲିମ ଦାରଙ୍କ ସମେତ ଏସାନ ରାଜା, ସୋଜିବ ରାଜା ଓ ଅସିଫ ୟାକୁବଙ୍କୁ ନିଯୁକ୍ତ କରିଛି। ଉଲ୍ଲେଖଥାଉ କି, ୨୦୦୯ରେ ପାକିସ୍ତାନରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାଜା ଅମ୍ପାୟର ଥିଲେ। ଆତଙ୍କବାଦୀ ଆକ୍ରମଣ ବେଳେ ସେ ଶ୍ରୀଲଙ୍କା ଦଳର ବସ୍‌ରେ ଥିଲେ। ଗୁଳି ତାଙ୍କ କିଡ୍‌ନୀ ଓ ବିଭିନ୍ନ ସ୍ଥାନରେ ବାଜିଥିଲା। ଏହାସତ୍ତ୍ୱେ ସେ କ୍ରିକେଟ ଫେରି ଅମ୍ପାୟରିଂ କରୁଛନ୍ତି।

Related posts

ଏନସିଏର ମୁଖ୍ୟ ଦାୟିତ୍ୱ ନେବେ ଡ୍ରାଭିଡ

Odisha Sports Bureau

ଘରୋଇ ମାଟିରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ ଓଡିଶା

Odisha Sports Bureau

ଭାରତୀୟ ସ୍ପିନର ଶାହବାଜ ନଦୀମ କ୍ରିକେଟରୁ ନେଇଛନ୍ତି ଅବସର