Cricket

ଭାରତକୁ ଝଟକା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିନପାରନ୍ତି ସ୍ମୃତି ମାନ୍ଧାନା

ଭାରତକୁ ଝଟକା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିନପାରନ୍ତି ସ୍ମୃତି ମାନ୍ଧାନା । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛି । ଫ୍ରେବୁଆରୀ ୧୦ ତାରିଖରୁ ଏଠାରେ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଖେଳାଯିବ । ତେବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆସନ୍ତା ୧୨ ତାରିଖରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ୱକପ ଆରମ୍ଭ କରିବ । ହେଲେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଉପ-ଅଧିନାୟକ ତଥା ଓପନର ସ୍ମୃତି ମାନ୍ଧାନା ଆହତ ହୋଇଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ସେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡିପାରନ୍ତି ବୋଲି ସୂଚନା ମିଳୁଛି ।

Related posts

ଲକ୍ଷ୍ନୌର ପ୍ରସିଦ୍ଧ ପଞ୍ଚତାରକା ହୋଟେଲରେ କୁଲଦୀପଙ୍କ ରିସେପ୍ସନ

Odisha Sports Bureau

IPLରେ ମାଲିଙ୍ଗାଙ୍କ ଏଣ୍ଟ୍ରି

Odisha Sports Bureau

ପ୍ରଧାନମନ୍ତ୍ରୀଙ୍କ ପରେ ଭାରତୀୟ ପ୍ରଶିକ୍ଷକଙ୍କ ଚାକିରି ଦ୍ୱିତୀୟ ସବୁଠାରୁ କଷ୍ଟକର କାମ-ଗମ୍ଭୀର

Odisha Sports Bureau