Cricket

ସଚିନଙ୍କ ୫୦ ତମ ଜନ୍ମ ଦିବସରେ ମିଳିବ ବିଶେଷ ଉପହାର

ମୁମ୍ବାଇ: କ୍ରିକେଟର ଗୁରୁଦେବ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ତାଙ୍କ ୫୦ତମ ଜନ୍ମଦିନରେ ମିଳିବ ବିଶେଷ ଉପହାର । ସେହି ଉପହାର ହେଉଛି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସଚିନଙ୍କ ଅବସରର ୧୦ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳୁଛି। ସଚିନ୍ ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ ଏବଂ ଏଠାରେ ସେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ଏପ୍ରିଲ ୨୩ ସଚିନଙ୍କ ୫୦ତମ ଜନ୍ମଦିନ ଅବସରରେ କିମ୍ବା ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ସମୟରେ ଏହି ପ୍ରତିମୂର୍ତ୍ତି ଅନାବରଣ ହୋଇପାରେ।ପ୍ରତିମୂର୍ତ୍ତି କେଉଁଠାରେ ସ୍ଥାପନ କରାଯିବ ସେ ନିଷ୍ପତ୍ତି ସଚିନ୍ ନିଜେ ନେଇଛନ୍ତି। ଏଥିପାଇଁ ସେ ତାଙ୍କ ପତ୍ନୀ ଅଞ୍ଜଳୀଙ୍କ ସହ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଅମୋଲ କାଲେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ ।

 

Related posts

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

Odisha Sports Bureau

ଆଇସିସି ଟି୨୦ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau